ଭୁବନେଶ୍ବର: ଆସନ୍ତା ୨୭ତାରିଖରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେଦିନ ଚତୁର୍ଥ ଶନିବାର ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ଥିବା ବେଳେ ସମସ୍ତ ଶିକ୍ଷାନୁଷ୍ଠାକୁ ବନ୍ଦ ଘୋଷାଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ଵରୀ ପୀଠରେ ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ଏହି ଘୋଷଣା କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ଶୁକ୍ରବାର ଗଣତନ୍ତ୍ର ଦିବସ ଉପଲକ୍ଷେ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଶିକ୍ଷାନୁଷ୍ଠାନ ଛୁଟି ଥିବା ବେଳେ ଶନିବାର ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଏହାପରେ ରବିବାର ହେତୁ ମଧ୍ୟ ଶିକ୍ଷାନୁଷ୍ଠାନ ଓ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବ ।
ସୂଚନା ଅନୁସାରେ, ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ କରାଯାଇଥିବା ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ ତାରିଖରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା’ ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ ପ୍ରଦାନ କରିପାରିବେ। ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।
Comments are closed.