Latest Odisha News

BREAKING NEWS

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ: ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ôଚଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୭୪୭ ଖଣ୍ଡ କାଠର ଆବଶ୍ୟକ ରହିଛି । ପୂର୍ବ ବର୍ଷ ୧୧୮ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ମହଜୁଦ ରହିଛି । ରଥ ନିର୍ମାଣ ପାଇଁ ସମୁଦାୟ ୮୬୫ ଖଣ୍ଡ କାଠର ଆବଶ୍ୟକତା ରହିଥାଏ । ତେବେ ନୟାଗଡ ଦଶପଲ୍ଲା ରେଞ୍ଜରୁ ଆଜି ତିନୋଟି ଟ୍ରକରେ ପୁରୀରେ ଆସି ପହଞ୍ଚିଛି ୧୦୪ ଖଣ୍ଡ ଧଉରା ଓ ଅସନ କାଠ । ପରମ୍ପରା ଅନୁଯାୟୀ ଅକ୍ଷୟ ତୃତୀୟା ତିଥିରେ ତିନି ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ରଥଖଳାରେ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ପରେ ରଥ ନିର୍ମାଣ ଆରମ୍ଭ କରିଥାନ୍ତି ବିଶ୍ୱକର୍ମା ମହାରଣାମାନେ । ଏହି ରଥ କାଠ ପହଞ୍ଚିବା ପରେ ଭକ୍ତ ଓ ସେବାୟତ ମହଲରେ ଆନନ୍ଦ ଦେଖା ଦେଇଛି ।

 

Leave A Reply

Your email address will not be published.