Latest Odisha News

BREAKING NEWS

ନ୍ୟୁଜିଲାଣ୍ଡକୁ ତୃତୀୟ ଦିନିକିଆରେ ହରାଇଲେ ଭାରତ ହେବ ଏକ ନମ୍ବର

ରାୟପୁର: ନ୍ୟୁଜିଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବିଜୟ ହାସଲ କରିବା ଯୋଗୁ ଭାରତୀୟ କ୍ରିିକେଟ ଟିମର ଆଇସିସି ର‌୍ୟାଙ୍କିଙ୍ଗରେ ଉନ୍ନତି ଘଟିଛି । ଭାରତ ଶେଷ ଦିନିକିଆରେ ବିଜୟ ହାସଲ କଲେ ଦିନିକିଆ ର‌୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ହାସଲ କରିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଭାରତ ୧୧୧ ରେଟିଂ ପଂଏଟ ସହ ୪ର୍ଥ ସ୍ଥାନରେ ରହିଥିଲା । ଏବେ କ୍ରମାଗତ ୨ଟି ବିଜୟ ଯୋଗୁ ୧୧୩ ପଂଏଟ ସହ ତୃତୀୟ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଏବଂ ଦ୍ୱିତୀୟ ସ୍ଥାନକୁ ଖସି ଆସିଛି । ଇଂଲଣ୍ଡ ଟପରେ ରହିଛି । ତୃତୀୟ ଦିନିକିଆ ଜିତିଲେ ଭାରତ ରେଟିଂ ପଂଏଟ ୧୧୪ ହୋଇଯିବ ଏବଂ ପ୍ରଥମ ସ୍ଥାନ ହାସଲ କରିବ ।

ଘରୋଇ ପରିବେଶରେ ଭାରତର ପ୍ରଦର୍ଶନ ବିଚାରକୁ ନେଲେ ଏହା ଅସମ୍ଭବ ମନେ ହେଉ ନାହିଁ । ଦଳ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛନ୍ତି । ଟିମ ଇଣ୍ଡିଆକୁ ଏବେ ୩ଟି ଯାକ ଫର୍ମାଟରେ ଏକ ନମ୍ବର ହେବାର ସୁଯୋଗ ରହିଛି । ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କଲେ ଭାରତ ଶୀର୍ଷ ସ୍ଥାନ ହାତେଇ ପାରିବ । ତେବେ ଟି୨୦ ସିରିଜକୁ ୨ ମ୍ୟାଚ ବ୍ୟବଧାନରେ ଜିତିଲେ ଏକ ନମ୍ବର ସ୍ଥାନ ହାସଲ କରି ପାରିବ ।

Leave A Reply

Your email address will not be published.