Latest Odisha News

କେନ୍ଦ୍ରପଡାରେ ଆଜି ବାହୁଡା: ଭାଇଭଉଣୀ ସଙ୍ଗେ ବାହୁଡିବେ ପ୍ରଭୁ ବଳଦେବଜୀଉ

କେନ୍ଦ୍ରାପଡା: ତୁଳସୀକ୍ଷେତ୍ର କେନ୍ଦ୍ରାପଡାରେ ଶ୍ରୀବଳଦେବଜୀଉଙ୍କର ଆଜି ବାହୁଡାଯାତ୍ରା । ଆଜି ନବଦିନାତ୍ମକ ଲୀଳା ସାରି ଭାଇଭଉଣୀଙ୍କ ସଙ୍ଗେ ଜନ୍ମବେଦୀରୁ ରତ୍ନବେଦୀକୁ ଫେରିବେ ମହାପ୍ରଭୁ । ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଚଳଚଞ୍ଚଳ ମାଉସୀମାଠୁ ଶ୍ରୀବଳଦେବଜୀଉଙ୍କ ପୀଠ । ଏନେଇ ପୂର୍ବ ନୀତି ନୀର୍ଘଣ୍ଟ ନେଇ ଆରମ୍ଭ ହୋଇଯାଇଛି ନୀତିକାନ୍ତି । ଅପରାହ୍ଣ ୨ଟାରେ ଟଣାହେବ ବାହୁଡା ରଥ ।

ତେବେ ଏଥିପାଇଁ ବାହୁଡା ଦଶମୀ ରୀତିନୀତି ଅନୁଯାୟୀ, ଗତକାଲି ସକାଳ୬ଟାରେ ଇଚ୍ଛାପୁର ସ୍ଥିତ ମା ଗୁଣ୍ଡିଚା ମନ୍ଦିରରେ  ଶ୍ରୀଜିଉଙ୍କର ମଙ୍ଗଳ ଆରତି କରାଯାଇଥିଲା । ଏହାପରେ ଗୋପାଳବଲ୍ଲଭ ଧୂପ, ମଧ୍ୟାହ୍ନରେ ଖେଚୁଡି ଭୋଗ ପରେ ସେନାପଟା ଲାଗି ପରେ ପୂର୍ବାହ୍ନ ୧୦ଟାରେ ଶ୍ରଦ୍ଧାଳୁ ଓ ପୋଲିସ୍ ପ୍ରଶାସନ ମିଶି ବ୍ରହ୍ମ ତାଳଧ୍ବଜ ରଥକୁ ଦକ୍ଷିଣ ମୋଡ କରିଥିଲେ  । ଏହା ପରେ ସନ୍ଧ୍ୟାରେ ଗୁଣ୍ଡିଚା ମନ୍ଦିରର ବାହୁଡା ଦ୍ବାର ଦେଇ ଧାଡି ପହଣ୍ଡିରେ ରଥାରୂଢ ହୋଇଥିଲେ ତିନିଠାକୁର । ଏହାପରେ ଆଜି ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସରିବା ପରେ ମହାପ୍ରଭୁଙ୍କ ରଥଟଣା କାର୍ଯ୍ୟ ହେବ  ।

Comments are closed.