Latest Odisha News

BREAKING NEWS

ଆଜି ଶ୍ରୀଜିଉଙ୍କ ‘ବନକଲାଗି’ ନୀତି, ବନ୍ଦ ରହିବ ଦର୍ଶନ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ ।

ମିଳିଥିବା ସୂଚନାନୁଯାୟୀ ଆଜି ମଧ୍ୟାହ୍ନ ଧୂପ ଓ ଭୋଗ ମଣ୍ଡପ ନୀତି ପରେ ଭଗବାନଙ୍କ ବନକଲାଗି ନୀତି ହେବ । ଏହି ଅବସରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ଅପରାହ୍ନ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ । ଫଳରେ ସମୟରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ।

ଏହି ସମୟ ମଧ୍ୟରେ ଭକ୍ତମାନଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ଅନୁମତି ମିଳିବ ନାହିଁ ଏବଂ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ନାହିଁ ବୋଲି ସୂଚନା ମିଳିଛି ।

ଆହୁରି ମଧ୍ୟ ଦତ୍ତ ମହାପାତ୍ର ସେବକମାନେ ଏହି ନୀତି ସମ୍ପନ୍ନ କରିଥାନ୍ତି । ହିଙ୍ଗୁଳ, ହରିତାଳ, କେଶର, କଇଁଥ ଅଠା, କସ୍ତୁରୀ ଏବଂ ତେଲର ମିଶ୍ରଣରେ ଏହି ‘ବନକ’ ପ୍ରସ୍ତୁତ କରାଯାଇଥାଏ । ପରବର୍ତ୍ତୀ ସମୟରେ ଏହି ବନକକୁ ଶ୍ରୀଜିଉଙ୍କ ଶ୍ରୀମୁଖ ଶ୍ରୀଙ୍ଗାରରେ ବ୍ୟବହାର କରାଯାଇଥାଏ ବୋଲି ଜଣାପଡିଛି ।

Leave A Reply

Your email address will not be published.