Latest Odisha News

BREAKING NEWS

କେଉଁଠି ଆଇପିଏସ୍‌ ଆଶିଷ ସିଂହ, ପୋଲିସ ଡିଜିଙ୍କୁ ପଚାରିଲା ଗୃହ ବିଭାଗ

ଭୁବନେଶ୍ଵର: ଆଇପିଏସ୍‌ ଆଶିଷ ସିଂହ ଏବେ କେଉଁଠି ବୋଲି ଓଡିଶା ପୋଲିସ ଡିଜିଙ୍କୁ ପଚାରିଲା ଗୃହ ବିଭାଗ । ଏନେଇ ପୋଲିସ ଡିଜିଙ୍କୁ ଚିଠି ପଠାଇଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ । ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ବିବାଦୀୟ ଆଇପିଏସ ଅଫିସର ଆଶିଷ ସିଂହ । ଏବେ ଆଶିଷ ଚାକିରିରେ ଯୋଗ ଦେଲେଣି କି ନାହିଁ ବୋଲି ଚିଠି କରି ପଚାରିଛି ବିଭାଗ ।

ସୂଚନା ଅନୁସାରେ, ସ୍ବାସ୍ଥ୍ୟଗତ କାରଣ ନେଇ ମେ’ ୪ରୁ ମାସେ ଛୁଟି ନେଇଥିଲେ ଆଶିଷ । ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ । ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି ସେନେଇ ମଧ୍ୟ ବିଭାଗକୁ କୌଣସି ଖବର ମିଳିନି । ତେଣୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ସମୟରେ ଅସୁସ୍ଥତା କାରଣ ଦର୍ଶାଇ ଛୁଟିରେ ଯାଇଥିଲେ ଆଶିଷ ସିଂ । ଛୁଟିରେ ଯାଇ ସେ ନିର୍ବାଚନରେ ବିଜେଡିକୁ ସହଯୋଗ କରୁଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ଭାରତୀୟ ନିର୍ବାଚନ କମିସନ ଏମସ ମେଡିକାଲ ବୋର୍ଡ ଗଠନ କରି ଆଇପିଏସ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଶାରିରୀକ ଓ ମାନସିକ ସ୍ତରରେ ଆଶିଷ ସିଂହ ସମ୍ପୂର୍ଣ୍ଣ ସୁସ୍ଥ ଥିବା ମେଡିକାଲ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା।

Leave A Reply

Your email address will not be published.