Latest Odisha News

ମା’ ହେବା ପରେ ନିଜ ପସନ୍ଦର ସ୍ଥାନରେ ପୋଷ୍ଟିଂ ପାଇବେ ମହିଳା ପୋଲିସ କର୍ମୀ

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଶୁକ୍ରବାର ଦିନ କହିଛନ୍ତି ଯେ ରାଜ୍ୟ ବାହିନୀରେ ଥିବା ମହିଳା ପୋଲିସ କର୍ମଚାରୀଙ୍କୁ ଏକ ବର୍ଷର ମାତୃତ୍ୱ ଛୁଟି ଦିଆଯିବ। ପୁନଃ କାର୍ଯ୍ୟ ଆରମ୍ଭ କରିବା ପରେ ସେମାନଙ୍କୁ ନିଜ ପସନ୍ଦର ସ୍ଥାନରେ ତିନି ବର୍ଷ ପର୍ଯ୍ୟନ୍ତ ପୋଷ୍ଟିଂ ଦିଆଯିବ।

୨୦୨୧ ମସିହାରେ କ୍ଷମତାକୁ ଆସିବା ପରେ ଡିଏମକେ ସରକାର କର୍ମଚାରୀଙ୍କ ପାଇଁ ମାତୃତ୍ୱ ଛୁଟିର ଅବଧିକୁ ନଅ ମାସରୁ ଏକ ବର୍ଷକୁ ବୃଦ୍ଧି କରିଥିଲେ।

ପୋଲିସ କର୍ମଚାରୀଙ୍କ ଅନୁରୋଧ କ୍ରମେ ଏହି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ମହିଳା ଏବଂ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧର ମୁକାବିଲା ପାଇଁ ମହିଳା ପୋଲିସର ବୃତ୍ତିଗତ ଦକ୍ଷତାକୁ ଅଧିକ ବୃଦ୍ଧି କରାଯିବ। ଫଳରେ ସେମାନେ ସାଇବର ଅପରାଧକୁ ପ୍ରଭାବଶାଳୀ ଭାବେ ମୁକାବିଲା କରିପାରିବେ।

Comments are closed.