ଗଜପତି: ଅଧାରେ ରହିଲା ସ୍ୱପ୍ନ। ଦୌଡୁଥିବା ବେଳେ ଟଳି ପଡ଼ିଲେ ହୋମଗାର୍ଡ ଚାକିରି ଆଶାୟୀ। ଏପରି ଘଟଣା ଗଜପତି ଜିଲ୍ଲାରେ ଘଟିଛି। ହୋମଗାର୍ଡ ଶାରୀରିକ ପରୀକ୍ଷଣ ବେଳେ ଯୁବକଙ୍କର ମୃତ୍ୟୁ ଘଟିଛି।
ତେବେ ଉକ୍ତ ଯୁବକ ଜଣଙ୍କ ଶାରୀରିକ ପରୀକ୍ଷାରେ ଦୌଡୁଥିଲେ। ଦୌଡିବା ଅବସ୍ଥାରେ ହଠାତ ସେ ଗୁରୁତର ହୋଇ ପଡିଯାଇଥିଲେ। ଯୁବକଙ୍କୁ ତୁରନ୍ତ ହସ୍ପିଟାଲ୍ ନିଆଗଲା। ସେଠାରେ ତାଙ୍କର ମୃତ ଘୋଷଣା କଲେ ଡାକ୍ତର।
ମୃତ ଯୁବକ ରାମଗିରି ଥାନା ପଲିସଲ ଗାଁର ହୋଇଥିବା ସୂଚନା ରହିଛି। ତେବେ ଏହି ଶାରୀରିକ ପରୀକ୍ଷରେ ଅନ୍ୟ ୨ ଜଣ ଯୁବକ ମଧ୍ୟ ଆହତ ହୋଇଛନ୍ତି। ଉଭୟ ଯୁବକ ବି ହସ୍ପିଟାଲ୍ରେ ଭର୍ତ୍ତି ଅଛନ୍ତି।
Comments are closed.