Latest Odisha News

BREAKING NEWS

ହୋମ କ୍ୱାରେଂଟାଇନରେ ରହିଥିବା ଯୁବକ ବାହାରେ ବୁଲୁଥିବାରୁ ଡାକ୍ତର ବାଡି ଧରି ଗୋଡାଇଲେ

ମକାରାନା: ରାଜସ୍ଥାନର ମକାରାନା ଅଂଚଳରେ ଡାକ୍ତରଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି । ଏଠାରେ ୩୮ ଯୁବକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଏହି ଯୁବକମାନେ ବାରମ୍ବାର ଘରୁ ବାହାରକୁ ଆସିବା ଡାକ୍ତର ଆବିଦ ହୁସେନ ଦେଖିଥିଲେ । ସମସ୍ତଙ୍କୁ ଡାକି କରୋନାର ଭୟାବହତା ବିଷୟରେ ବୁଝାଇଥିଲେ ।

ତଥାପି ଯୁବକମାନେ ନ ବୁଝିବାରୁ ହୁସେନ ପକେଟରେ ଷ୍ଟେଥେସ୍ପୋପ ରଖି ଗାଡି ଭିତରୁ ବଡ ବାଡି ଆଣି ପିଲାମାନଙ୍କୁ ଗୋଡାଇଥିଲେ । ଭୟରେ ପିଲାମାନେ ଘର ଭିତରେ ପଶି କବାଟ ଦେଇଥିଲେ । ଏହି ଅଂଚଳରେ ବାହାରୁ ୪୫୦୦ ଯୁବକ ଆସିଛନ୍ତି । ସେମାନଙ୍କୁ ବିଭିନ୍ନ ସ୍ଥାନରେ କ୍ୱାେଂଟାଇନରେ ରଖାଯାଇଛି ।

Comments are closed.