Latest Odisha News

BREAKING NEWS

ରୁକ୍ଷ ତ୍ୱଚାରୁ ମୁକ୍ତି ପାଇଁ, ପ୍ରାକୃତିକ ଉପାୟରେ ଘରେ ପ୍ରସ୍ତୁତ କରନ୍ତୁ ଏହି ସେରମ

ଭୁବନେଶ୍ୱର: ଶୀତଦିନରେ ସାଧାରଣତଃ ଅଧିକ ମାତ୍ରାରେ ତ୍ୱଚାର ଯତ୍ନ ନନେଲେ ଏହା ଶୁଷ୍କ ହେବ ସହ ରୁକ୍ଷ ମଧ୍ୟ ହୋଇଯାଏ ।

ଏହି ସମୟରେ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ବହୁଜଣ ବହୁ ପ୍ରକାରର ଉପାୟ ମାନ ଅବଲମ୍ବନ କରିଥାନ୍ତି । ଏଗୁଡିକ ମଧ୍ୟରୁ କିଛି ଫାଇଦା ଦେଉଥିବା ବେଳେ କିଛି ଆଦୌ ଫରକ ପକାଇନଥାଏ ।

ତେବେ ଆମେ ଆଜି ଆପଣଙ୍କୁ ଏପରି ଏକ ପ୍ରାକୃତିକ ସେରମ ସମ୍ପର୍କରେ ଜଣାଇବୁ ଯାହାକୁ ଆପଣ ପ୍ରାକୃତିକ ଉପାୟରେ ଘରେ ପ୍ରସ୍ତୁତ କରି ଲଗାଇ ପାରିବେ ।

ଶୀତ ଦିନେ ଗ୍ଲିସେରିନ ଏକ ଖୁବ ଲାଭକାରୀ ପଦାର୍ଥ ହୋଇଥାଏ । ଯଦି ଆପଣ ଗ୍ଲିସେରିନ, ଗୋଲାପ ଜଳ ଓ କିଛି ଲେମ୍ବୁ ରସ ମିଶାଇ ନିଜ ମୁହଁ ତଥା ଅନ୍ୟ ସ୍ଥାନ ମାନଙ୍କରେ ଲଗାନ୍ତି ତେବେ ଆପଣଙ୍କ ତ୍ୱଚାର ରୁକ୍ଷ ପଣ ଦୂର ହେବା ସହ ମାତ୍ର କିଛି ସମୟ ଭିତରେ ଆପଣଙ୍କ ତ୍ୱଚା ଚମକି ଉଠିବ ।

ଗ୍ଲିସେରିନରେ ମଇଶ୍ଚରାଇଜର ମାତ୍ରା ଅଧିକ ଥିବା ବେଳେ ଗୋଲାପ ଜଳରେ ଏସ୍ଟିଜେଣ୍ଟର ମାତ୍ରା ଅଧିକ ଥାଏ । ସେହି ସମୟରେ ଲେମ୍ବୁ ଏକ ଭଲ ବ୍ଲିଚିଙ୍ଗ ଭାବେ କାମ କରିଥାଏ । ଆଉ ଏକ ବିଶେଷ କଥା ହେଉଛି ଏହାକୁ ପ୍ରସ୍ତୁତ କରି ଆପଣ କିଛି ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ।

 

 

କିପରି କରିବେ ପ୍ରସ୍ତୁତ:

ପ୍ରଥମେ ୨୦ ମିଲି ଗୋଲାପ ଜଳରେ ୫ରୁ ୬ ବୁନ୍ଦା ଗ୍ଲିସେରିନ ମିଶାନ୍ତୁ । ଏଥିରେ ଫାଳେ ଲେମ୍ବୁ ଭଲଭାବେ ଚିପୁଡ଼ି ଦିଅନ୍ତୁ । ଏବେ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ଯଦି ଚାହିଁବେ ତ ଏଥିରେ କିଛି ଘି-କୁଆଁରୀ ରସ ମଧ୍ୟ ମିଶାଇ ପାରିବେ । ଆପଣଙ୍କ ସ୍କିନ ଯଦି ଅଧିକ ଡ୍ରାଏ ହୋଇଥାଏ ତେବେ ଗ୍ଲିସେରିନର ମାତ୍ରା କିଛିଟା ବଢ଼ାଇପାରନ୍ତି ।

ତାହା ସହ ଏଥିରେ ଭିଟାମିନ ଇ କ୍ୟାପ୍ସୁଲ ମଧ୍ୟ ମିଶାଇ ଦିଅନ୍ତୁ । ଏହି ସେରମ ଲଗାଇବାର ପ୍ରକୃଷ୍ଟ ସମୟ ରାତିବେଳା ହିଁ ହୋଇଥାଏ । ଭୁଲରେ ବି ଏହାକୁ ଲଗାଇ ଖରାକୁ ବାହାରିବେ ନାହିଁ । ନଚେତ ଏହା ଦ୍ୱରା ତ୍ୱଚା କଳା ପଡିଯାଇପାରେ ।

Leave A Reply

Your email address will not be published.