Latest Odisha News

BREAKING NEWS

ଜାଣନ୍ତୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ…

ଭୁବନେଶ୍ୱର: ଶୀତ ଦିନରେ ଦେହରେ ଖରା ଟିକିଏ ପଡିଲେ ଦେହକୁ ଆରାମ ଲାଗିଥାଏ । ସାଧାରଣ ତାପମାତ୍ରାରୁ ପାରଦ ତଳକୁ ଖସିଗଲେ ଜାଡ଼ରେ ଦେହ ଥରି ଯାଏ ।

ଆଜି ଆମେ ଆପଣଙ୍କୁ ଜଣାଇବୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ । ଯେଉଁଠି ଗୋଟିଏ ଦିନରେ ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ଦୃଶ୍ୟମାନ ହୁଅନ୍ତି । ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲାର ୟାକୁସ୍ତୁକ ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳଭାବେ ପରିଚିତି ହାସଲ କରିଛି। ଏଠାକାର ତାପମାତ୍ରା ଶୀତଦିନେ -୫୮ ଡିଗ୍ରୀ ସେଲସିୟସ୍‌ ହୋଇଥାଏ।

ଏଠାରେ ଥଣ୍ଡାର ପ୍ରକୋପ ଏତେ ଅଧିକା ଯେ, ଶୀତଦିନେ ଲୋକଙ୍କ ଆଖିପତା ଓ କେଶ ମଧ୍ୟ ବରଫ ହୋଇଯାଏ ।

ଏଠାରେ ସୂର୍ଯ୍ୟ ଶୀତଦିନରେ ମାତ୍ର ୩ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାନ୍ତି। ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ବସବାସ କରନ୍ତି। ଆର୍କଟିକ୍‌ ସର୍କଲଠାରୁ ୩୫୦ କିମି ଦୂର ଏହି ଅଞ୍ଚଳର ମାଟି ତଳେ ପ୍ରଚୁର ପରିମାଣର ସୁନା, ହୀରା, କୋଇଲା ଆଦି ରହିଛି।

ଅନ୍ୟ ସହର ଗୁଡିକ ଭଳି ଏଠାରେ ମଧ୍ୟ ସ୍କୁଲ, ହସ୍ପିଟାଲ, ପୋଷ୍ଟ ଅଫିସ୍‌, ବ୍ୟାଙ୍କ ଆଦି ରହିଛି। ଏତେ ଥଣ୍ଡାରେ ମଧ୍ୟ ଏଠାରେ ଜନଜୀବନ ବ୍ୟାହତ ହୋଇନଥାଏ ।

ଏଠାକୁ ବୁଲିବା ପାଇଁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ପ୍ରବଳ ଥଣ୍ଡା ଯୋଗୁ ଗାଡ଼ିର ଇଞ୍ଜିନ୍‌ ଅଏଲ୍‌ ଜମାଟ ବାନ୍ଧି ଯାଇଥାଏ। ଫଳରେ ଗିୟର ବକ୍ସ୍‌ ଥଣ୍ଡାରେ ଜମି ଯାଏ। ତେଣୁ ଏଠାରେ ପ୍ରତି ୨-୩ କିଲୋମିଟର ମଧ୍ୟରେ ହିଟିଂ ଗ୍ୟାରେଜ୍‌ ରହିଥାଏ।

Leave A Reply

Your email address will not be published.