Latest Odisha News

BREAKING NEWS

ଜାଣନ୍ତୁ, ରୂପି ସମସ୍ୟାରୁ କିପରି ପାଇବେ ମୁକ୍ତି…

ଭୁବନେଶ୍ୱର: ବର୍ଷା ହେଉ କି ଖରା ସବୁ ସମୟରେ କେଶ ମୂଳ କୁଣ୍ଡେଇ ହେବା ସାଧାରଣ କଥା । ବେଳେବେଳେ କେଶମୂଳ ଶୁଷ୍କ, ସାମ୍ପ୍ୟୁ, ଖାଦ୍ୟ-ପାନୀୟରେ ଅନିୟମିତତା, କେଶରୁ ଝାଳ ବାହାରିବା, ଜୀବାଣୁ ସଂକ୍ରମଣ ଯୋଗୁଁ କେଶ ମୂଳ କୁଣ୍ଡେଇ ମଧ୍ୟ ହୋଇଥାଏ ।

ଏଥିରୁ ବର୍ତ୍ତିବା ଲାଗି କିଛି ଘରୋଇ ଟିପ୍ସ୍ ଆପଣାନ୍ତୁ ।
  • କେଶ ମୂଳରେ ହେଉଥିବା କୁଣ୍ଡେଇ ପାଇଁ ଲେମ୍ବୁ ବ୍ୟବହାର କରନ୍ତୁ । ଏକ ଛୋଟ ଚାମଚ ଲେମ୍ବୁ ରସକୁ ୧ କପ୍ ପାଣିରେ ମିଶାଇ କେଶରେ ୧୦-୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ । ଏହାପରେ ଥଣ୍ଡା ପାଣିରେ କେଶ ଧୋଇଦିଅନ୍ତୁ । ସପ୍ତାହକୁ ୨ ଥର ଏପରି କଲେ କୁଣ୍ଡେଇ ସମସ୍ୟାରୁ ଆରାମ୍ ମିଳିପାରିବ ।

  • ଦୁଇ ଚାମଚ ବେକିଂ ସୋଡ଼ାରେ ସାମାନ୍ୟ ପାଣି ମିଶାଇ ଏକ ପେଷ୍ଟ୍ ତିଆରି କରନ୍ତୁ । ଏହି ପେଷ୍ଟ୍କୁ ହାଲ୍କା ଭାବେ କେଶରେ ଲଗାଇ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛାଡ଼ିଦିଅନ୍ତୁ । ଏହାପରେ କେଶ ଧୋଇଦିଅନ୍ତୁ । କିଛିଦିନରେ କେଶ ମୂଳରେ ହେଉଥିବା କୁଣ୍ଡେଇରୁ ଆରାମ୍ ମିଳିଯିବ ।

  • ସେହିଭଳି ନଡ଼ିଆକୁ କେଶ ମୂଳରେ ମାଲିସ୍ କରି ୧୫ ମିନିଟ୍ ପରେ ଉଷୁମ ପାଣିରେ ମୁଣ୍ଡ ଧୋଇଦିଅନ୍ତୁ । କେଶ ଧୋଇବା ପରେ କୁଣ୍ଡେଇ ହେବା ସମସ୍ୟା ଦେଖାଯିବନି ।
  • ସପ୍ତାହରେ ୩ ଥର କେଶ ଧୁଅନ୍ତୁ । କାହିଁକି ନା କୁଣ୍ଡେଇ ହେବା ସମସ୍ୟାକୁ ଏହା ଦୂର କରିପାରିବ।

ଏସବୁ ବାଦ୍ କେଶ ଓଦା ରହିବା କାରଣରୁ ମଧ୍ୟ ବ୍ୟାକ୍ଟେରିଆ ସଂକ୍ରମଣ ସମସ୍ୟା ସୃଷ୍ଟି ହୁଏ । ତେଣୁ କେଶ ଧୋଇବା ପରେ କେଶ ନ ବାନ୍ଧି ଶୁଖିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ ।

Leave A Reply

Your email address will not be published.