Latest Odisha News

BREAKING NEWS

ଭାରତୀୟ ମହିଳା ହକି ଦଳରେ ସାମିଲ୍ ହେଲେ ୨ ଓଡ଼ିଆ ଖେଳାଳି

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ଟେଷ୍ଟ ଇଭେଣ୍ଟ ଆସନ୍ତା ଅଗଷ୍ଟ ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ‘ହକି ଇଣ୍ଡିଆ’ ପକ୍ଷରୁ ଶୁକ୍ରବାର ଦିନ ଏକ ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷିତ ହୋଇଛି । ଏହି ଦଳରେ ୨ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି ।

ନିକଟରେ ଜାପାନଠାରେ ଯେଉଁ ଭାରତୀୟ ଦଳ ଏଫଆଇଏଚ୍ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲା ସେହି ଦଳ ଅପରିବର୍ତ୍ତିତ ରହିଛି, ମାତ୍ର ଏଥିରେ ୨ଜଣ ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇଛି ବୋଲି ଦଳର ମୁଖ୍ୟ କୋଚ୍ ସର୍ଡ଼ ମାରିଜିନ କହିଛନ୍ତି ।

ଦଳରେ ସୁନିତା ଲାକ୍ରା ଏବଂ ଜ୍ୟୋତି ଖୋକରଙ୍କ ବଦଳରେ ଯୁବଖେଳାଳି ଶର୍ମିଲା ଦେବୀ ଏବଂ ରୀନା ଖୋକରଙ୍କୁ ସାମିଲ୍ କରାଯାଇଛି ।

ସେହିପରି ଭାବେ ଏହି ୧୮ ଜଣିଆ ଦଳରେ ୨ ଓଡ଼ିଆ ଅନ୍ତର୍ଜାତୀୟ ହକି ଖେଳାଳି ଲିଲିମା ମିଞ୍ଜ୍ ଏବଂ ଦୀପ୍ ଗ୍ରେସ୍ ଏକ୍କା ସାମିଲ୍ ହୋଇଛନ୍ତି ।

ଭାରତୀୟ ଦଳ:

ଗୋଲକିପର୍: ସବିତା (ଉପ ଅଧିନାୟିକା), ରଜନୀ ଇଟିମାରିପୁ ।

ଡ଼ିଫେଣ୍ଡର୍: ଦୀପ୍ ଗ୍ରେସ୍ ଏକ୍କା, ରୀନା ଖୋକର, ଗୁରଜିତ କୌର, ସଲିମା ଟେଟେ, ନିଶା ।

ମିଡ଼ଫିଲ୍ଡର୍: ସୁଶିଲା ଚାନୁ ପୁଖରାମ୍ଭମ, ନିକି ପ୍ରଧାନ, ମୋନିକା, ଲିଲିମା ମିଞ୍ଜ ଏବଂ ନେହା ଗୋୟଲ୍ ।

ଫରୱାର୍ଡ଼: ରାନୀ (ଅଧିନାୟିକା), ନବନୀତ କୌର, ବନ୍ଦନା କଟାରିୟା, ଲାଲରେମସିଆମୀ, ନବଜ୍ୟୋତ୍ କୌର ଏବଂ ଶର୍ମିଲା ଦେବୀ ।

Leave A Reply

Your email address will not be published.