Latest Odisha News

BREAKING NEWS

ତ୍ୱଚାର ଡେଡ୍ ସ୍କିନକୁ ହଟାଇବେ କିପରି ?

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶୀତ ଋତୁରେ ମୁହଁରେ ଡେଡ୍ ସ୍କିନ୍ ହେଉଥିବା ନଜର ଆସେ। ଯେଉଁ କାରଣରୁ ଜଣେ ବ୍ୟକ୍ତିଙ୍କର ସୌନ୍ଦର୍ଯ୍ୟ ମଳିନ ପଡିଯାଏ। ଯେଉଁମାନଙ୍କର ସେନ୍ସଟିଭ ତ୍ୱଚା ଏବଂ ଶୁଷ୍କ ଚର୍ମ ଥାଏ, ସେମାନଙ୍କୁ ନିଜର ତ୍ୱଚାର ବିଶେଷ ଭାବେ ଯତ୍ନ ଆବଶ୍ୟକ। କାରଣ ଶୀତ ଋତୁରେ ସେନ୍ସଟିଭ ତ୍ୱଚାରେ ଡେଡ ସ୍କିନ୍ ସେଲ ଅଧିକ ଦେଖାଦିଏ। ଆପଣଙ୍କ ତ୍ୱଚାର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ଆମେ କିଛି ଟିପ୍ସ ଦେଉଛୁ, ଯାହାକୁ ଆପଣ ଗ୍ରହଣ କରିପାରିବେ। ତେବେ ଆସନ୍ତୁ ସେହି ପଦ୍ଧତିଗୁଡ଼ିକ ବିଷୟରେ।

BjdElectrycity

ଆପଣଙ୍କୁ ଡେଡ୍ ସ୍କିନ୍ ସେଲକୁ ହଟାଇବା ପାଇଁ ଏକ ​​ଟେବୁଲ ଚାମଚ ବ୍ରାଉନ୍ ସୁଗାର ଏବଂ ନଡିଆ ତେଲ ନିଅନ୍ତୁ। ତା’ପରେ ଏହାକୁ ଭଲଭାବେ ମିଶାଇ ଫେସିଆଲ୍ ସ୍କ୍ରବିଂ କରନ୍ତୁ। ଏହା ପରେ ମୁହଁକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା ଡେଡ୍ ସ୍କିନ୍ ବା ମଳିନ ଚେହେରା ଦୂର ହୋଇଯିବ। ସପ୍ତାହକୁ ଥରେ କିମ୍ବା ଦୁଇଥର ଏହି ଉପାୟ କରନ୍ତୁ।

ବେକିଂ ସୋଡା ଚର୍ମ ପାଇଁ ମଧ୍ୟ ଭଲ। ଆପଣ ଏକ ଟେବୁଲ୍ ଚାମଚ ବେକିଂ ସୋଡାରେ ଭିଟାମିନ୍ ଇ କ୍ୟାପସୁଲ୍ ଏବଂ ପାଣି ପକାଇ ଭଲଭାବେ ମିଶାନ୍ତୁ। ୨ ରୁ ୩ ମିନିଟ୍ ପାଇଁ ଏହି ମିଶ୍ରଣକୁ ମୁହଁରେ ଲଗାଇ ଘଷନ୍ତୁ। ତା’ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ। ଏହି ପଦ୍ଧତି ସପ୍ତାହକୁ ଥରେ ଅନୁସରଣ କରନ୍ତୁ।

ସେହପରି ଡେଡ୍ ସ୍କିନକୁ ହଟାଇବା ଏବଂ ସଫା କରିବା ପାଇଁ ଏକ ପାତ୍ରରେ ଓଟସ୍ ଗ୍ରାଇଣ୍ଡ୍ କରନ୍ତୁ ଏବଂ ସେଥିରେ ସମାନ ପରିମାଣର ଦହି ମିଶାନ୍ତୁ। ଏହି ପେଷ୍ଟକୁ ହାଲୁକା ହାତରେ ମୁହଁରେ ଘଷନ୍ତୁ ଏବଂ ତା’ପରେ ମୁହଁ ଧୋଇ ଦିଅନ୍ତୁ। ଡାଳିମ୍ବ ମଧ୍ୟ ତ୍ୱଚା ପାଇଁ ବେଶ ଲାଭଦାୟକ। ଡାଳିମ୍ବ ରସକୁ ମୁହଁରେ ଭଲ ଭାବେ ଲଗାଇ ଘଷନ୍ତୁ ଏବଂ କିଛି ସମୟ ପାଇଁ ଛାଡ଼ିଦିଅନ୍ତୁ। ଏହା ପରେ ମୁହଁ ଧୋଇ ଦିଅନ୍ତୁ। ଏପରି ଉପାୟ କଲେ ଆପଣଙ୍କ ତ୍ୱଚା ଚମକିବ।

Leave A Reply

Your email address will not be published.