ଭୁବନେଶ୍ବର:ଗ୍ରାମାଞ୍ଚଳରେ ଲୋକଙ୍କ ଘରେ ରହିବେ ପର୍ଯ୍ୟଟକ । ବଢ଼ିବ ରୋଜଗାର । ରାଜ୍ୟରେ କାର୍ଯ୍ୟକାରୀ ହେବ ହୋମ୍ ଷ୍ଟେ ପ୍ରତିଷ୍ଠା ଯୋଜନା । ୨୦୨୯-୩୦ ଆର୍ଥିକ ବର୍ଷ ଯାଏଁ କାର୍ଯ୍ୟକାରୀ ହେବ ।
ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା ସ୍ଥାନଗୁଡ଼ିକରେ ହୋମ ଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟନରେ ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ କରିବା, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବା ଏବଂ ପର୍ଯ୍ୟଟକମାନଙ୍କୁ ପ୍ରାମାଣିକ ସାଂସ୍କୃତିକ ଏବଂ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ କରିବ ।
ଏହି ଯୋଜନା ଅଧୀନରେ ପ୍ରାୟ ୪୫୦ ନୂତନ ଗୃହନିବାସ ୧୮୦୦ ଶଯ୍ୟା ପାଇଁ ଯୋଜନା ରହିଛି । ଏହି ଯୋଜନା ପାଇଁ ୨୦୨୫-୨୬ ଆର୍ଥିକ ବର୍ଷରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୫୦ କୋଟି ଟଙ୍କାର ବଜେଟ୍ ରଖାଯାଇଛି । ପ୍ରତି ଭଡା ଘର ପାଇଁ ୨.୫ ଲକ୍ଷ ଟଙ୍କା ସର୍ବାଧିକ ୪ଟି କୋଠରୀ ପାଇଁ ପ୍ରଯୁଜ୍ୟ ପ୍ରୋତ୍ସାହନ,ପ୍ରତି ହୋମଷ୍ଟେ ପାଇଁ ସର୍ବାଧିକ ମୋଟ ପ୍ରୋତ୍ସାହନ ୧୦ ଲକ୍ଷ ଟଙ୍କା ରହିଛି ।
ଆବେଦନକାରୀଙ୍କର ସ୍ପଷ୍ଟ ଜମି ମାଲିକାନା କିମ୍ବା ହୋମଷ୍ଟେ ପାଇଁ ପ୍ରସ୍ତାବିତ ଜମି / ସମ୍ପତ୍ତିର ଏକ ବୈଧ ଲିଜ୍ ଚୁକ୍ତିନାମା ଥିବା ଆବଶ୍ୟକ । ଯାହା କୌଣସି ପ୍ରତିବନ୍ଧକ / ଆଇନଗତ ବିବାଦରୁ ମୁକ୍ତ ହୋଇଥିବ । ଜିଲ୍ଲା ପ୍ରଶାସନ ଏବଂ ଅଂଶୀଦାର ବିଭାଗ ସହାୟତାରେ ପର୍ଯ୍ୟଟନ ବିଭାଗ ଦ୍ୱାରା ହୋମଷ୍ଟେ ଯୋଜନା କାର୍ଯ୍ୟକାରୀ କରାଯିବ ।
ଏହି ଯୋଜନା ଅଧୀନରେ ଅନୁସୂଚିତ ଜାତି, ଜନଜାତି, ଭିନ୍ନକ୍ଷମ ବ୍ୟକ୍ତି ଏବଂ ମହିଳା ହିତାଧିକାରୀଙ୍କ ପାଇଁ ସୁବିଧା ସଂରକ୍ଷଣ ପାଇଁ ବ୍ୟବସ୍ଥା କରାଯିବ ।
Comments are closed.