ନୂଆଦିଲ୍ଲୀ: ଓସ୍କାର ୨୦୨୬ରେ ଭାରତ ବଡ ଝଟକା ଲାଗିଛି । ଜାନୁୟାରୀ ୨୨ରେ ଓସ୍କାରର ନୋମିନେଶନ ଘୋଷଣା କରାଯାଇଛି । ଭାରତର ହୋମବାଉଣ୍ଡ ଶ୍ରେଷ୍ଠ ଆନ୍ତର୍ଜାତୀୟ ଫିଚର ଫିଲ୍ମ କାଟାଗୋରୀ ରହିଥିଲା । ଏହା ଉପରେ ସମସ୍ତଙ୍କ ଆଶା ଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି । ୨୦୦୧ରେ ଅମୀର ଖାଁଙ୍କ ଲଗାନ ଫିଲ୍ମ ଶ୍ରେଷ୍ଠ ଫରେନ ଲାଙ୍ଗୁଏଜ ଫିଲ୍ମ ପାଇଁ ନୋମିନେଟ ହୋଇଥିଲା । ତେବେ ଏହା ଓସ୍କାର ହାସଲ କରିପାରି ନ ଥିଲା ।
ହୋମବାଉଣ୍ଡ ଫିଲ୍ମକୁ ନୀରଜ ଘେବାନ ନିର୍ଦ୍ଦେଶନା ଦେଇଛନ୍ତି । ଶାହୀଦ କାପୁର, ଜାହ୍ନବୀ କାପୁର ଓ ବିଶାଳ ଜେଠୱା ଏଥିରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ବ୍ରାଜିଲର ଦି ସିକ୍ରେଟ ଏଜେଂଟ, ଫ୍ରାନ୍ସର ଇଟ ୱାଜ ଜଷ୍ଟ ଏ ଆକ୍ସିଡେଂଟ, ନରୱେର ସେଂଟିମେଂଟାଲ ଭାଲ୍ୟୁ, ସ୍ପେନର ସିରାଟ ଟ୍ୟୁନିସିଆର ଦି ଭଏସ ଅଫ ହିନ୍ଦ ନୋମିନେଟ ହୋଇଛନ୍ତି । ଓସ୍କାର ୨୦୨୬ ପାଇଁ ସର୍ବାଧିକ ନୋମିନେଶନ ଫ୍ରାଙ୍କଷ୍ଟିନ, ସିନର୍ସ ଓ ୱାନ ବ୍ୟାଟେଲ ଆଫଟର ଅନାଦରକୁ ମିଳିଛି ।