Latest Odisha News

ବଡ ପରେ ଭାଇରାଲ ହେଲା କିମ୍‌ ଜୋଙ୍ଗଙ୍କ ସାନ ଝିଅର ଫଟୋ

ପ୍ୟୋଙ୍ଗୟାଙ୍ଗ: ନର୍ଥ କୋରିଆର ତାନାଶାହ କିମ ଜୋଙ୍ଗଙ୍କୁ ନେଇ ଗଣମାଧ୍ୟମରେ ଗତ କିଛି ଦିନ ହେଲା ଚର୍ଚ୍ଚା ଜୋର ଧରିଛି । କେତେବେଳେ ମିସାଇଲ ପରୀକ୍ଷଣ ତ କେତେବେଳେ ନିଷ୍ଠୁର ଦଣ୍ଡପ୍ରଦାନ ପାଇଁ କିମ ଜୋଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ହେଲେ ଆଜିକାଲି କିମ ଜୋଙ୍ଗ ନିଜ ଝିଅମାନଙ୍କୁ ନେଇ ଚର୍ଚ୍ଚାରେ ରହୁଛନ୍ତି ।

କିଛି ଦିନ ତଳେ କିମ ଜୋଙ୍ଗଙ୍କ ବଡ ଝିଅ କିମ ଜୁ ଏଇଙ୍କର ଏକ ଫଟୋ ଭାଇରାଲ ହୋଇଥିଲା । ଏବେ ତାଙ୍କ ୨ୟ ଝିଅର ଫଟୋ ସାମ୍ନାକୁ ଆସିଛି । ଏହି ଫଟୋଟି କିମଙ୍କ ଦ୍ଵିତୀୟ ଝିଅର ବୋଲି ଚୀନ ବିଶେଷଜ୍ଞମାନେ ଦାବି କରିଛନ୍ତି । ତେବେ ନର୍ଥ କୋରିଆର ସରକାରୀ ଟିଭିରେ ଦେଖା ଯାଇଥିବା ଫୁଟେଜରେ ଏହି ଫଟୋକୁ ପରବର୍ତ୍ତୀ ସମୟରେ ହଟାଇ ଦିଆଯାଇଛି ।

ଏକ୍ସପର୍ଟଙ୍କ କହିବା ଅନୁଯାୟୀ, ଉତ୍ତର କୋରିଆରେ ସେପ୍ଟେମ୍ବର ମାସରେ ନାଶନାଲ ଡେ’ର ଆୟୋଜନ କରାଯାଇଥିଲା । ଏହି ସମାରୋହରେ ଅନ୍ୟ ପିଲାଙ୍କ ସହ ଏକ ସଙ୍ଗୀତ କାର୍ଯ୍ୟକ୍ରମରେ କିମ ଜୋଙ୍କ ୨ୟ କନ୍ୟା ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମରେ କିମ ଜୋ ଏବଂ ତାଙ୍କର ପତ୍ନୀ ରୀ ସୋଲ ଜୁ ମଧ୍ୟ ଉପସ୍ଥିତ ଥିଲେ । ନର୍ଥ କୋରିଆ ଉପରେ ନଜର ରଖିଥିବା ଏକ୍ସପର୍ଟଙ୍କ କହିବା ଅନୁଯାୟୀ, କାର୍ଯ୍ୟକ୍ରମରେ ପରଫର୍ମ କରୁଥିବା ଝିଅ କିମ ଜୋଙ୍କ ଦ୍ଵିତୀୟ ଝିଅ ହୋଇପାରନ୍ତି । ସେମାନଙ୍କର କହିବା କଥା, ଏହି ଝିଅ ପୁରା କିମଙ୍କ ପରି ଦିଶୁଛନ୍ତି । ତା ଛଡ଼ା ଲାଇଭ ଟେଲିକାଷ୍ଟରେ ଏହି ଝିଅକୁ ବାରମ୍ବାର ଦେଖାଉଥିଲା ।

ଏହି କାର୍ଯ୍ୟକ୍ରମର ଭିଡିଓ ନଭେମ୍ବର ୧୯ ନଭେମ୍ବର ଦିନ ପୁଣିଥରେ ଟେଲିକାଷ୍ଟ ହୋଇଥିଲା । ଏହାର କିଛି ଘଣ୍ଟା ପୂର୍ବରୁ ଉତ୍ତର କୋରିଆ ଟିିଭିରେ କିମ ଜୋଙ୍ଗଙ୍କ ବଡ ଝିଅକୁ ବି ଦେଖିବାକୁ ମିଳିଥିଲେ । ହେଲେ କିଛି ସମୟ ପରେ ଯେତେବେଳେ ଏହି ପ୍ରୋଗ୍ରାମର ଟେଲିକାଷ୍ଟ କରାଗଲା ଉକ୍ତ ଝିଅ ସ୍ଥାନରେ ଅନ୍ୟ ଏକ ଚେହେରା ଲଗାଇ ଦିଆଯାଇଥିଲା । ଏନକେ ନିଉଜ ୱେବ  ସାଇଟର କହିବା ଅନୁଯାୟୀ, ଏହି ଫଟୋକୁ ନେଇ ନର୍ଥ କୋରିଆ କେତେ ସମ୍ବେଦନଶୀଳ ତାହା ଜଣାପଡ଼ୁଛି ।ୱେବ ସାଇଟର କହିବା ଅନୁଯାୟୀ, କିମ ଜୋଙ୍ଗ ତାଙ୍କ ଝିଅମାନଙ୍କୁ ନେଇ କୌଣସି ତଥ୍ୟ ସାର୍ବଜନୀନ କରିନାହାନ୍ତି।

କିଛି ଲୋକଙ୍କ କହିବା ଅନୁଯାୟୀ, ନର୍ଥ କୋରିଆ ପ୍ରଶାସନର କହିବା ଅନୁଯାୟୀ ଏମାନେ କିମ ଜୋଙ୍ଗଙ୍କ ଝିଅ ନୁହେଁ । ହୁଏତ ଏକଥା ସତ ହୋଇଥାଇପାରେ । ତେବେ ଏମାନେ ତାଙ୍କ ପରିବାରର ସଦସ୍ୟ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏସବୁ ଅନୁମାନକୁ ଆହୁରି ଗୋଟିଏ କଥା ସକ୍ରିୟ କରିଛି । ତାହା ହେଉଛି, କିମ ଜୋଙ୍ଗଙ୍କ ଭଉଣୀ କିମ ୟୋ ଜୋଙ୍ଗ ଏକ ସନ୍ତାନର ଜନନୀ । ଏହି କାର୍ଯ୍ୟକ୍ରମରେ ସେମାନେ ବି ସାମିଲ ହୋଇଥିଲେ । ତେଣୁ ଏହି କାର୍ଯ୍ୟକ୍ରମରେ କିମ ଜୋଙ୍ଗଙ୍କ ପରିବାର ସଦସ୍ୟ ଯୋଗ ଦେଇଥିଲେ ଏବଂ ଏହି ଝିଅ ତାଙ୍କ ଝିଅ ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି ।

 

Comments are closed.