Latest Odisha News

BREAKING NEWS

ପଣସ ମଞ୍ଜିରୁ କଫି ଓ ପାୟସମ କରି ସ୍ୱାବଲମ୍ବୀ ହେଲେ ଜୈମି

କେରଳ: ପଣସ ମଞ୍ଜି ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗେ । ସାଧାରଣତଃ ଏହାକୁ ଭାଜି, ପୋଡି କିମ୍ବା ତରକାରୀରେ ରାନ୍ଧି ଖିଆଯାଇଥାଏ । ହେଲେ ପଣସ ମଞ୍ଜିରୁ କଫି କିମ୍ବା ଖିରି ପ୍ରସ୍ତୁତ ହେବା କଥା କେହି କଳ୍ପନା କରି ନଥିବେ । ତେବେ କେରଳର ଜୈମି ସାଜି ପଣସ ମଞ୍ଜିକୁ ଦେଇଛନ୍ତି ଏକ ନୂଆ ପରିଚୟ। ସେ ପଣସ ମଞ୍ଜିକୁ ବ୍ୟବହାର କରି କଫି, ପାୟସମ, ହେଲଥ ଡ୍ରିଙ୍କ, ଜାମ, ଫ୍ରୋଜେନ୍‌ ଜାକଫ୍ରୁଟ, ଡିହାଇଡ୍ରେଟେଡ୍‌ ଜାକଫ୍ରୁଟ ଆଦି ପ୍ରସ୍ତୁତ କରୁଛନ୍ତି ।

୨୦୧୯ ରେ କେରଳ ରେ ଏଗ୍ରୀକଲଚର ବିଭାଗ ଦ୍ୱାରା ଆୟୋଜିତ ଏକ କ୍ଲାସରେ ବାୟାନାଡାର ଏକ ଗୃହିଣୀ ଜୈମି ସାଜିଙ୍କୁ ପଣସ ମଞ୍ଜି ଫାଇଦା ବିଷୟରେ ଜଣାପଡିଥିଲା | ଏତେ ଫାଇଦା ଥିବା ସତ୍ୱେ ଭାରତରେ ଏହାର ଖୁବ ଅପବ୍ୟବହାର କରାଯାଇଥାଏ | ସବୁ ଜାଣିବା ପରେ ପଣସ ମଞ୍ଜିର ପୁନବ୍ୟବହାର ପାଇଁ ସେ ଚିନ୍ତା କରି ବସିଲେ | ଆଉ ପଣସ ମଞ୍ଜିକୁ ଆଣି ଖୁଆଇ ଗୁଣ୍ଡ କରି ଦକ୍ଷିଣ ଭାରତୀୟ ଡେ଼ଜେର୍ଟ ପାୟସମ ତିଆରି କରି ପଡୋଶୀ ଓ ପରିଚିତଙ୍କ ମଧ୍ୟରେ ବାଣ୍ଟିବାରେ ଲାଗିଲେ | ତାଙ୍କ ରେସିପି ଲୋକମାନଙ୍କୁ ଖୁବ ଭଲ ଲାଗିବା ଫଳରେ ପାୟସମ ପାଇଁ ତାଙ୍କୁ ଅର୍ଡର ମଧ୍ୟ ମିଲିଚାଲିଲା | ଆଉ ସେଇଠୁ ଆରମ୍ଭ ହେଲା ତାଙ୍କର ନୂଆ ଷ୍ଟାର୍ଟଅପ |

ସେ ‘ଜ୍ୟାକ ଫ୍ରେସ’ ନାମରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏହି ବ୍ରାଣ୍ଡ ନାଁରେ ସେ ୧୦ଟି ପ୍ରଡକଫ ଲଞ୍ଚ କରିଛନ୍ତି, ଯାହା ଲୋକଙ୍କୁ ମଧ୍ୟ ପସନ୍ଦ ଆସିବା ଆରମ୍ଭ ହୋଇଛି । ତାଙ୍କ ପ୍ରସ୍ତୁତ ପାୟସମ ମିକ୍ସକୁ ବ୍ୟବହାର କରି ମାତ୍ର ୧୦ ମିନିଟ୍‌ରେ ଖିରି ପ୍ରସ୍ତୁତ କରିହେବ । ସେହିଭଳି ପଣସ ମଞ୍ଜିକୁ ବ୍ୟବହାର କରି ପ୍ରସ୍ତୁତ କରୁଛନ୍ତି କଫି , ଯାହା ଲୋକଙ୍କୁ ବେଶ ପସନ୍ଦ ଆସୁଛି । ତାଙ୍କର ଏହି ବ୍ୟବସାୟ କାରଣରୁ ସ୍ଥାନୀୟ କୃଷକଙ୍କର ଅନେକ ଲାଭ ହେଉଛି, ସେମାନେ ନିଜର ଉତ୍ପାଦକୁ ଭଲ ଦାମରେ ବିକ୍ରି କରିପାରୁଛନ୍ତି । ସେହିଭଳି ଜ୍ୟାକ ଫ୍ରେସର ଉତ୍ପାଦ ଗୁଡିକର ଦାମ ୨୫ ଟଙ୍କାରୁ ଆରମ୍ଭ ହୋଇ ୪୫୦ ପର୍ଯ୍ୟନ୍ତ ରହିଛି । କେବଳ କେରଳ ନୁହେଁ ଏହି ସାମଗ୍ରୀର ବିକ୍ରି ଦେଶର ବିଭିନ୍ନ ସ୍ଥାନରେ ମଧ୍ୟ ହେଉଛି, ଲୋକମାନେ ଅନଲାଇନ୍‌ରେ ଏହି ସାମଗ୍ରୀକୁ ମଗାଇ ବ୍ୟବହାର କରିପାରିବେ ।

Leave A Reply

Your email address will not be published.