କେନ୍ଦ୍ରାପଡ଼ା: ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।
ଖବରମୁତାବକ, ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି ଗାରେଡ଼ି । ଗୁଣିଗାରେଡ଼ି ପାଇଁ ୧୦ ଫୁଟ ଗଭୀର ଗାତ ଭିତରେ ଚାଲିଥିଲା ପୂଜା । ଏହି ସମୟରେ ହଠାତ୍ ମାଟି ଧସି ଯାଇଥିଲା । ଫଳରେ ମାଟିତଳେ ଚାପି ହୋଇ ଜଗବନ୍ଧୁ ଗୁରୁତର ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଜଣେ ଫେରାର ଥିବାବେଳେ ଦୁଇ ଗୁଣିଆ ଅଟକ ଅଛନ୍ତି। ପୋଲିସ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।
Comments are closed.