Latest Odisha News

BREAKING NEWS

ଚାଷୀ ମାନଙ୍କ ପାଇଁ ସଫଳ ମହୁ ଚାଷ ତାଲିମ୍

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ସଫଳ ମହୁ ଚାଷ ଲାଗି ଅଧିକାରୀ ଓ ତାଲିମଦାତାଙ୍କୁ ନେଇ ପ୍ରଶାସନର ବିଶେଷ କର୍ମଶାଳା ।  ମହୁଚାଷ ମାଧ୍ୟମରେ ଚାଷୀମାନଙ୍କ ରୋଜଗାର ବଢ଼ାଇବା ଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଉଛି । ଜିଲ୍ଲାର ୮ଟି ବ୍ଲକରେ ଉନ୍ନତ ମାନର ମହୁ ଉତ୍ପାଦନ ସହିତ କିପରି ଏହାର ବଜାର ସଂଯୋଗ କରାଯାଇପାରିବ ସେନେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବେଙ୍ଗ।ଳୁରୁରୁ ଆସିଥିବା ମହୁ ଚାଷ ବିଶେଷଜ୍ଞ ଗୁରୁ ପ୍ରସାଦ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସଫଳ ମହୁ ଚାଷ ପରିଚାଳନା ସମ୍ପର୍କରେ ବୁଝାଇଥିଲେ।

ସୁନ୍ଦରଗଡ଼ ଜିଲ୍ଲାରେ ବ୍ୟାପକ ଜଙ୍ଗଲ ଅଂଚଳ ରହିଛି । ଏହାର ସଦୁପଯୋଗ କରି ଲୋକଙ୍କୁ ଜୀବିକା ଦେବା ଲାଗି ମହୁ ଚାଷକୁ ଗୁରୁତ୍ୱ ଦିଆଯାଉଛି। ମହୁ ଉତ୍ପାଦନ ଆରମ୍ଭ ହେବା ପରେ ଓରମାସ୍ ଜରିଆରେ ବିପଣନ କରାଯିବାର ଲକ୍ଷ୍ୟ ରଖାଯାଇଛି । ପ୍ରଥମ ଥର ପାଇଁ ଜିଲ୍ଲାରେ କରାଯାଉଛି । ଜିଲ୍ଲା ପ୍ରଶାସନର ଉଦ୍ୟମକ୍ରମେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି, ରାଜଗାଙ୍ଗପୁର ,  କୋଇଡ଼ା, କୁଆଁରମୁଣ୍ଡା ଓ ଲହୁଣୀପଡ଼ା ୮ଟି ବ୍ଲକରେ ମହୁ ଚାଷ କରାଯାଉଛି। ଏଥିପାଇଁ ଚାଷୀମାନଙ୍କୁ ଚିହ୍ନଟ କରାଯାଇ ତାଲିମ୍ ଦିଆଯାଉଛି ।

ଆଗାମୀ ଦୁଇ ସପ୍ତାହ ଭିତରେ ହିତାଧିତ୍କାରୀମାନଙ୍କୁ ମହୁ ବାକ୍ସ ଓ ବି କଲୋନି ଯୋଗାଇ ଦିଆଯିବ। ଜିଲ୍ଲାରେ ମହୁମାଛି ପାଳନ ପାଇଁ ୨୬୫୦ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଜିଲ୍ଲା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିଛି କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କୁ ତାଲିମ୍ ଓ ବୈଷୟିକ ସହାୟତା ଦିଆଯାଉଛି ।

Leave A Reply

Your email address will not be published.