Latest Odisha News

BREAKING NEWS

ସ୍ୱାମୀ ବାଣ୍ଟିଲା ସ୍ତ୍ରୀର ଅଶ୍ଳୀଳ ଭିଡିଓ, ବାନ୍ଧିନେଲା ପୋଲିସ

ଯାଜପୁର: ସ୍ୱାମୀ ହେଉଛି ସ୍ତ୍ରୀର ସୁରକ୍ଷା କବଚ । ଜନ୍ମଜନ୍ମର ସାଥୀ, ବୈବାହିକ ଜୀବନର ସାରଥୀ । ହେଲେ ଏହି ସମସ୍ତ ଉକ୍ତିକୁ ଭୁଲ ପ୍ରମାଣିତ କରି ଜଣେ ସ୍ୱାମୀ ଆଜି ପୁରୁଷ ସମାଜକୁ କଳଙ୍କିତ କରିଛି । ଖୋଦ ନିଜ ସ୍ତ୍ରୀର ଅଶ୍ଳୀଳ ଭିଡିଓ ପ୍ରଘଟ କରି ଯାଜପୁର ଜିଲ୍ଲାର ଜଣେ ବ୍ୟକ୍ତି ପୋଲିସ ହାତରେ ଗିରଫ ହୋଇଛି ।

୨୦୧୬ ମସିହା, ଜୁଲାଇ ୧୫’ ତାରିଖରେ କୁଆଖିଆ ଥାନା ଅନ୍ତର୍ଗତ କେଉଟନଗୁଆଁ ଗାଁର ଲ ଲକ୍ଷ୍ମୀପ୍ରିୟା ଦାସଙ୍କ ସହ ମାନପୁର ଗାଁର ସତ୍ୟବ୍ରତ ପଣ୍ଡାଙ୍କ ସହ ବିବାହ ହୋଇଥିଲା । ପ୍ରଥମେ ସବୁକିଛି ଠିକ୍‌ଠାକ୍ ଥିଲା । ହେଲେ କିଛିଦିନ ପରେ ଲକ୍ଷ୍ମୀପ୍ରିୟାଙ୍କ ଉପରେ ଆରମ୍ଭ ହୋଇଥିଲା ଶାଶୁଘର ଲୋକଙ୍କର ନିର୍ଯାତନା । ବଢିବାରେ ଲାଗିଥିଲା ସ୍ୱାମୀ ସୁବ୍ରତର ଅତ୍ୟାଚାର । ଅତ୍ୟଧିକ ଯୌତୁକ ଲୋଭରେ ଲକ୍ଷ୍ମୀପ୍ରିୟାଙ୍କ ଉପରେ ପ୍ରତିଦିନ ହେଉଥିଲା ନିସ୍ତୁକ ମାଡ । ଜାଣି ଚକିତ ହେବେ କେବଳ ମାଡରେ ସନ୍ତୁଷ୍ଟ ହେଉନଥିଲା ସତ୍ୟବ୍ରତ । ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ମାଡ ମାରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତ କରି ଶ୍ୱଶୁର ଘରକୁ ପଠାଉଥିଲା ।

ଲକ୍ଷ୍ମୀପ୍ରିୟାଙ୍କ ଅନୁଯାୟୀ ମାଡ ମାରିବା ସମୟରେ ଶାଶୁଘର ଲୋକେ ତାଙ୍କ ପାଟିରେ କପଡା ଭର୍ତ୍ତି କରିଦେଉଥିଲେ । ଏ ନେଇ ବାହାରେ ପାଟି ଖୋଲିଲେ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେବାକୁ ବି ତାଙ୍କୁ ଶାଶୁଘର ଲୋକେ ଧମକ ଦେଉଥିଲେ । ଶେଷରେ ଲକ୍ଷ୍ମୀପ୍ରିୟା ଅକଥନୀୟ ନିର୍ଯାତନା ସହିନପାରି ଥାନାର ଦ୍ୱାରସ୍ତ ହୋଇଥିଲେ । ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ଅଭିଯୁକ୍ତ ସତ୍ୟବ୍ରତକୁ କୁଆଖିଆ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।

Leave A Reply

Your email address will not be published.