Latest Odisha News

BREAKING NEWS

ହନୀ ସିଂଙ୍କ ସହ ମାରପିଟ, ମାମଲା ରୁଜୁ

ମୁମ୍ବାଇ: ର‌୍ୟାପର ହନୀ ସିଂଙ୍କୁ ୫ଜଣ ଅଜ୍ଞାତ ଲୋକ ମାରପିଟ କରିଛନ୍ତି । ଏ ନେଇ ହନୀ ସିଂ ଥାନାରେ ମାମଲା ରୁଜୁ କରିଛନ୍ତି । ସେ ଏକ ସ୍ଥାନରେ ତାଙ୍କ ଶୋ କରୁଥିବା ବେଳେ ଏହି ବ୍ୟକ୍ତିମାନେ ଷ୍ଟେଜ ଉପରେ ଚଢ଼ି ବିୟର ବୋତଲ ଦେଖାଇବା ସହ ମାରପିଟ କରିଥିଲେ । ସ୍ଥିତି ନିୟନ୍ତ୍ରଣକୁ ନ ଆସିବାରୁ ଆୟୋଜକ କାର୍ଯ୍ୟକ୍ରମକୁ ବନ୍ଦ କରି ଦେଇଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ହନୀ ସିଂ ଷ୍ଟେଜ ଶୋ ମାଧ୍ୟମରେ ମୋଟା ଅଙ୍କର ଅର୍ଥ ରୋଜଗାର କରନ୍ତି । ସେ ଏହାକୁ ସୋସିଆଲ ମିଡିଆରେ ମଧ୍ୟ ଶେୟାର କରିଥାନ୍ତି ।

ସୂଚନାଯୋଗ୍ୟ, ଚାର ବୋତଲ ଭୋଡକା, ଅଗ୍ରେଂଜି ବିଟ, ବ୍ଲୁ ଆଇଜ ପରି ଗୀତ ଗାଇ ସେ ବେଶ ଲୋକପ୍ରିୟ ହୋଇ ଉଠିଥିଲେ । ୨୦୧୫ ପରେ ହନୀ ସିଂ ଅତ୍ୟଧିକ ନିଶା ସେବନ କରିବା ଯୋଗୁ ବାୟପୋଲାର ଡିସଅର୍ଡରରେ ଆକ୍ରାନ୍ତ ହୋଇଥିଲେ । ସୁସ୍ଥ ହେବା ପରେ ଏବେ ସେ ପୁନର୍ବାର ଶୋ କରିବା ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.