Latest Odisha News

BREAKING NEWS

ଯୁଗଳ ଯୋଶୀ ହେଲେ ପୂର୍ବତଟ ରେଳପଥ ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ

ଭୁବନେଶ୍ୱର : ପୂର୍ବତଟ ରେଳପଥର ରେଳବାଇ ସୁରକ୍ଷା ବଳର ନୂତନ ପ୍ରମୁଖ ନିରାପତ୍ତା ଆୟୁକ୍ତ ଭାବେ ଯୁଗଳ କିଶୋର ଯୋଶୀ ଯୋଗଦାନ କରିଛନ୍ତି । ଯୁଗଳ କିଶୋର ଯୋଶୀ ୧୯୯୭ ମସିହା ଭାରତୀୟ ରେଳବାଇ ସୁରକ୍ଷା ବଳର ସେବା ଅଧିକାରୀ ଅଟନ୍ତି ।ଏହା ପୂର୍ବରୁ ଶ୍ରୀ ଯୋଶୀ ଜଳ ଶକ୍ତି ମନ୍ତ୍ରଣାଳୟର ସ୍ୱଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ କାର୍ଯ୍ୟକ୍ରମ ମାନଙ୍କରେ ନିର୍ଦେଶକ ଭାବେ ୨୦୧୬ ମସିହା ଠାରୁ ୧୦୨୨ ମସିହା ପର୍ଯ୍ୟନ୍ତ ଡେପୁଟେସନରେ ଥାଇ କାର୍ଯ୍ୟ ତୁଲାଉଥିଲେ।

ସେ ମଧ୍ୟ ବିଭିନ୍ନ ରେଳପଥରେ ଭିନ୍ନ ଭିନ୍ନ ପଦପଦବୀରେ ଥାଇ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିବା ସହିତ ସୁରକ୍ଷା ସମ୍ବନ୍ଧୀୟ ଅପରାଧ ଅନ୍ୱେଷଣ କ୍ଷେତ୍ରରେ ପ୍ରଗାଢ଼ ଦକ୍ଷତା ରଖିଛନ୍ତି । ଶ୍ରୀ ଯୋଶୀ ୨୦୧୪ ରୁ ୨୦୧୬ ମସିହା ମଧ୍ୟରେ ରେଳବାଇ ବୋର୍ଡ ରେ ରେଳ ସୁରକ୍ଷା ବଳ ନିର୍ଦେଶକ, ଉତ୍ତର ରେଳପଥର ଦିଲ୍ଲୀ ଏବଂ ପୂର୍ବ ରେଳପଥର ହାଓଡ଼ା ରେଳ ମଣ୍ଡଳ ମାନଙ୍କରେ ବରିଷ୍ଠ ମଣ୍ଡଳ ସୁରକ୍ଷା ଆୟୁକ୍ତ ଭାବେ କାର୍ଯ୍ୟ ତୁଲାଇଛନ୍ତି । ସେ ମଧ୍ୟ ପୂର୍ବତଟ ରେଳପଥରେ ଉପମୁଖ୍ୟ ସୁରକ୍ଷା ଆୟୁକ୍ତ ଭାବେ ୨୦୦୮ ରୁ ୨୦୧୧ ମସିହା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିଛନ୍ତି ।

ଶ୍ରୀ ଯୋଶୀ ସ୍ୱଚ୍ଛ ଭାରତ ମିଶନ ଦଳର ଏକ ପ୍ରମୁଖ ସଦସ୍ୟ ଥିଲେ ଯାହାକି ବିଶ୍ୱର ସର୍ବ ବୃହତ ଆଚରଣ ପରିବର୍ତ୍ତନ କାର୍ଯ୍ୟକ୍ରମକୁ ଯୋଜନା, କାର୍ଯ୍ୟକାରୀ ​​ଏବଂ ତଦାରଖ କରିଥିଲା ​​ଏବଂ ଭାରତକୁ ମୁକ୍ତ ମଳତ୍ୟାଗ କାର୍ଯ୍ୟକ୍ରମ ସଂଚାଳନ କରିବାରେ ସହାୟକ କରିଥିଲା । ସତ୍ୟଗ୍ରାହ ରୁ ସ୍ୱଛଗ୍ରହ, ସ୍ୱଚ୍ଛତା ହିଁ ସେବା, ସ୍ଵଚ୍ଛ ଶକ୍ତି ଇତ୍ୟାଦି ଐତିହାସିକ ଜନ ଅଭିଯାନର ଆୟୋଜନ କରାଇବା ସହିତ ମହାତ୍ମା ଗାନ୍ଧୀ ଆନ୍ତର୍ଜାତୀୟ ପରିମଳ ସମ୍ମିଳନୀ (୨୦୧୮) ର ଆୟୋଜନ କରିଥିଲେ । ଯେଉଁଥିରେ ୫୬ ଟି ଦେଶ ଏବଂ ୟୁଏନଏସଜି ଅଂଶଗ୍ରହଣ କରିଥିଲେ । ଦିଲ୍ଲୀ ସ୍ଥିତ ରାଜଘାଟ ନିକଟରେ ଅବସ୍ଥିତ ରାଷ୍ଟ୍ରୀୟ ସ୍ୱଚ୍ଛତା କେନ୍ଦ୍ରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଥିଲେ ଯେଉଁଠାରେ କଠିନ ବର୍ଜ୍ୟବସ୍ତୁ, ତରଳ ବର୍ଜ୍ୟବସ୍ତୁ ଏବଂ ମଳ ପରିଚାଳନା ପାଇଁ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଥିଲେ।

ଶ୍ରୀ ଯୁଗଳ ଯୋଶୀଙ୍କ କାର୍ଯ୍ୟ ଦକ୍ଷତା ପାଇଁ ସେ ୨୦୧୮ ମସିହାରେ ସାଧାରଣ ପ୍ରଶାସନ କ୍ଷେତ୍ରରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ପ୍ରଧାନ ମନ୍ତ୍ରୀ ପୁରସ୍କାର, ୨୦୨୦ ମସିହାରେ ଭାରତୀୟ ପୋଲିସ ସେବା ପଦକ, ୨୦୧୩ ମସିହାରେ ଭାରତୀୟ ରେଳବାଇ ଜାତୀୟ ପୁରସ୍କାର, ୨୦୦୯ ମସିହାରେ ସିଙ୍ଗାପୁର ସ୍ଥିତ ଜାତୀୟ ବିଶ୍ୱବିଦ୍ୟାଳୟରୁ ଲୋକ ପ୍ରଶାସନ ରେ ସ୍ନାତକୋତ୍ତର ଡିଗ୍ରୀ ଏବଂ ୨୦୦୧ ମସିହାରେ ରେଳବାଇ ସୁରକ୍ଷା ବଳ ମହା ନିର୍ଦେଶକ ଙ୍କ ପକ୍ଷରୁ ଉଚ୍ଚ ପ୍ରଶସ୍ତି ଓ ସୂଚକ ଚିହ୍ନ ସହିତ ଅନେକଥର ସମ୍ମାନିତ ହୋଇଛନ୍ତି।

Leave A Reply

Your email address will not be published.