Latest Odisha News

BREAKING NEWS

ଭରଣପୋଷଣ ପାଇଁ ୧ କୋଟି ଟଙ୍କା ଦେଇ ପତ୍ନୀ ଶାଲିନୀଠାରୁ ଅଲଗା ହେଲେ ହନୀ ସିଂ

ଚଣ୍ଡୀଗଡ: ପଞ୍ଜାବର ଗାୟକ ୟୋ ୟୋ ହନୀ ସିଂ ଏବଂ ପତ୍ନୀ ଶାଲିନୀ ତଲୱାର ଶେଷରେ ଅଲଗା ହୋଇଛନ୍ତି । ଛାଡପତ୍ର ହେବା ପରେ ହନୀ ସିଂ ଭରଣପୋଷଣ ପାଇଁ ପତ୍ନୀଙ୍କୁ ୧ କୋଟି ଟଙ୍କା ଦେବେ । ଲୋକପ୍ରିୟ ଗାୟକ ହନୀ ସିଂଙ୍କ ବିରୋଧରେ ତାଙ୍କ ପତ୍ନୀ ଘରୋଇ ହିଂସା ମାମଲା ରୁଜୁ କରିଥିଲେ । ଏହାକୁ ଆଧାର କରି ଉଭୟ ଛାଡପତ୍ର ଆବେଦନ କରିଥିଲେ । ଶୁକ୍ରବାର ସେମାନେ ଅଫିସିଆଲ ଭାବେ ପରସ୍ପରଠାରୁ ଅଲଗା ହୋଇଛନ୍ତି । ଶାଲିନୀ ଅଭିଯୋଗ କରିବା ପରେ ସମସ୍ତ ଉଦ୍ୟମ ସତ୍ୱେ ଆଉ ଉଭୟଙ୍କ ମଧ୍ୟରେ ବୁଝାମଣା କରିବା ସମ୍ଭବପର ହୋଇ ନ ଥିଲା । ହନୀ ସିଂ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଥିଲେ । ସେ ଏ ନେଇ ସୋସିଆଲ ମିଡିଆରେ ମତ ରଖିଥିଲେ । ଶାଲିନୀ ମୋ ଇମେଜ ଖରାପ କରିବା ପାଇଁ ଏ ଭଳି ଅଭିଯୋଗ ଆଣୁଛନ୍ତି ବୋଲି ସେ କହିଥିଲେ ।

ଲୁଙ୍ଗି ଡ୍ୟାନ୍ସ, ପାନୀ ପାନୀ ଓ ୪ ବୋତଲ ଭୋଡକା ଗୀତ ଗାଇ ହନୀ ସିଂ ଯୁବ ପିଢ଼ୀଙ୍କ ନିକଟରେ ବେଶ ଲୋକପ୍ରିୟ ହୋଇ ଉଠିଥିଲେ । ଏହା ପରେ ସେ ଗୁରୁତର ଭାବେ ଅସୁସ୍ଥ ହୋଇ ଗ୍ଲାମର ଦୁନିଆଠାରୁ ଦୂରେଇ ଯାଇଥିଲେ । ସୁସ୍ଥ ହେବା ପରେ ସେ ଏବେ ପୁନର୍ବାର ଧିରେ ଧିରେ ମ୍ୟୁଜିକ ଦୁନିଆରେ ପାଦ ଥାପୁଛନ୍ତି ।

Leave A Reply

Your email address will not be published.