Latest Odisha News

BREAKING NEWS

ଅଷ୍ଟ୍ରେଲିଆର ୨.୫ କୋଟି ଲୋକଙ୍କର ହେବ ଡିଏନଏ ଟେଷ୍ଟ

ସିଡନୀ: ଅଷ୍ଟ୍ରେଲିଆର ସମସ୍ତ ଅଧିବାସୀଙ୍କ ଡିଏନଏ ଟେଷ୍ଟ କରିବା ପାଇଁ ସ୍ଥାନୀୟ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି । ଏହା କରିବାରେ ଅଷ୍ଟ୍ରେଲିଆ ପ୍ରଥମ ଦେଶ ହେବାକୁ ଯାଉଛି । ଡିଏନଏ ସାମ୍ପୁଲରୁ ବ୍ୟକ୍ତି କେଉଁ ରୋଗରେ ଆକ୍ରାନ୍ତ ତାହା ଜଣାପଡିବ । ଫଳରେ କର୍କଟ, ଡାଇବେଟିଜ ଓ ଅନ୍ୟ ରୋଗଗୁଡିକୁ ସମୟ ପୂର୍ବରୁ ଚିକତ୍ସା କରାଯାଇ ପାରିବ । ପ୍ରାରମ୍ଭିକ ଗବେଷଣାରେ ୭୫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ଅସୁସ୍ଥ ଓ ରୋଗଗ୍ରସ୍ତ ରହୁଛନ୍ତି । ସମସ୍ତଙ୍କୁ ସୁସ୍ଥ ରଖିବା ଆମର ମୂଳ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ୧୮ରୁ ୪୦ ବର୍ଷ ବୟସ୍କ ଲୋକଙ୍କ ମଧ୍ୟରେ ଏଥିନେଇ ଉତ୍ସାହ ଦେଖିବାକୁ ମିଳିଛି । ୨୪ ଘଂଟା ମଧ୍ୟରେ ୧୦,୦୦୦ ବ୍ୟକ୍ତି ଡିଏନଏ ସ୍କ୍ରିନିଂ ପାଇଁ ରିଜିଷ୍ଟ୍ରେଶନ କରିଛନ୍ତି ।

୨.୫ କୋଟି ଲୋକଙ୍କ ଡିଏନଏ ସ୍କ୍ରିନିଂ ଡାଟା ସଂଗ୍ରହ ହେବା ପରେ ସରକାର ଏଥିପାଇଁ ଆବଶ୍ୟକ ସ୍ୱାସ୍ଥ୍ୟ ବଜେଟ ପ୍ରସ୍ତୁତ କରିବେ । ଗମ୍ଭୀର ରୋଗ ଗ୍ରସ୍ତଙ୍କୁ ତୁରନ୍ତ ଚିକିତ୍ସା ସୁବିଧାେ ଯୋଗାଇ ଦିଆଯିବ । ଟେଷ୍ଟ ପରେ ଗମ୍ଭୀର ରୋଗ ବିଷୟରେ ଜାଣି ଅନେକ ବ୍ୟକ୍ତି ଚିନ୍ତିତ ହୋଇ ପଡୁଥିବା ଦେଖିବାକୁ ମିଳିଛି । ସେମାନେ ଏହା ପୂର୍ବରୁ କୌଣସି ବଡ ପରୀକ୍ଷା କରାଇ ନ ଥିବାରୁ ରୋଗଗ୍ରସ୍ତ କି ନାହିଁ ଜାଣି ନ ଥିଲେ । ଏହା ପୂର୍ବରୁ କୌଣସି ଦେଶ ଏ ଭଳି ପଦକ୍ଷେପ ଗ୍ରହଣ କରି ନ ଥିଲା ।

Leave A Reply

Your email address will not be published.