Latest Odisha News

BREAKING NEWS

ପୁଣି ଥରେ ରଫତାର, ବାଦଶାହାଙ୍କୁ କଟାକ୍ଷ କଲେ ହନି ସିଂହ: କହିଲେ, ‘ଆଉ କେବେ ଫେରିବ’

ମୁମ୍ବାଇ: ପୁଣି ଥରେ ବାଦଶାହ ଓ ରଫତାରଙ୍କୁ କଟାକ୍ଷ କଲେ ହନି ସିଂ । ରାପର ତଥା ସିଙ୍ଗର ହନି ସିଂ, ତାଙ୍କ ସାଥୀ କଳାକାର ବାଦଶାହ ଏବଂ ରଫତାରଙ୍କ ଉପରେ କଡା ଆକ୍ରମଣ କରିଥିଲେ ।

ଏନେଇ ହନି ସିଂ, ସେମାନଙ୍କୁ ଟାର୍ଗେଟ କରି କହିଥିଲେ କି, ଲୋକଙ୍କୁ ଲାଗୁଥିଲା, ମୁଁ ଆଉ ଫେରିବି ନାହିଁ । ଆଉ ଯେତେବେଳେ ଫେରିଲି, ସେତେବେଳେ ସେମାନେ କହିଲେ, କାଳେ ସେମାନେ ମୋର ଗୀତ ଲେଖିଛନ୍ତି । ଆଉ ମୋର ଭାଗ୍ୟ ବି କାଳେ ସେମାନେ ଲେଖିବେ । ଏହାପରେ ହନି କହିଥିଲେ, ଏହାକୁ ନେଇ ମୁଁ ଏକ ଶେର୍ କହିବାକୁ ଯାଉଛି, ଯାହାକୁ ନେଇ ତୁମେ ମାନେ ଭିଡିଓ କରିବ, ଆଉ ସେମାନଙ୍କୁ ଟ୍ୟାଗ୍ କରିବ ।

ଯେତେବେଳେ ଏହା ଉପରେ ଦର୍ଶକ ଚିଲ୍ଲେଇବାକୁ ଆରମ୍ଭ କରିଥିଲେ, ଏହା ପରେ ଅନି ସିଂ ଆରମ୍ଭ କରିଥିଲେ, ଗତବର୍ଷ ମୋ ଭାଗ୍ୟ କେତେ ଜଣଙ୍କ ଗର୍ବ ଭାଙ୍ଗିଛି,ମୋର ତ କମବ୍ୟାକ ହୋଇଗଲା, ତୁମକୁ ବି ଏବେ କମ ବ୍ୟାକ କରିବାକୁ ପଡିବ, ବୋଲି କହି କଟାକ୍ଷ କରିଛନ୍ତି ।

ତେବେ ହନି ସିଂହଙ୍କ ସହ ବାଦଶାହା ଏବଂ ରଫତାରଙ୍କ ଯେଉଁ ବିବାଦ ଚାଲିଛି, ତାହା ସମସ୍ତଙ୍କୁ ଜଣା । ହନି ସିଂ ରାପ୍ ଗ୍ରୁପ୍ ମାଫିଆ ମୁଣ୍ଡିରର ଅଂଶ ଭାବରେ ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ଯେଉଁଥିରେ ରାପର୍ ବାଦଶାହା, ରଫତାର, ଇକ୍କା ଏବଂ ଲିଲ୍ ଗୋଲୁ ମଧ୍ୟ ସାମିଲ ଥିଲେ । ଏହି ଗ୍ରୁପ୍ ଅନେକ ହିଟ୍ ଟ୍ରାକ୍ ରିଲିଜ୍ କରିଥିଲା, ଯେପରିକି ଖୋଲ୍ ବୋତାଲ୍, ବେଗାନି ନାର ବୁରି ଏବଂ ଦିଲ୍ଲୀ କେ ଦିୱାନେ । ହେଲେ ପରେ ପରସ୍ପର ସହ ମତଭେଦ ପରେ, ଦୁହେଁ ଅଲଗା ହୋଇଗଲେ  । ଏହାପରେ ପ୍ରାୟତଃ ସେମାନେ ସୋସିଆଲ ମିଡିଆରେ ପରସ୍ପରକୁ ସମାଲୋଚନା କରୁଥିବାର ନଜର ଆସିଛନ୍ତି ।

Comments are closed.