Latest Odisha News

ପୁଲିସ ଜବତ କରିଥିବା ପ୍ରମାଣର ତଥ୍ୟ ଇଡି ହାତରେ, କଳାଧନର କଳା କାହାଣୀ କହିବାକୁ ଅମଙ୍ଗ ଅର୍ଚ୍ଚନା

ଭୁବନେଶ୍ୱର: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ବେଆଇନ ଆର୍ଥିକ କାରବାରର ତଦନ୍ତ କରୁଛି ଇଡ଼ି। ଆଉ ପ୍ରଥମେ ଏହି ମାମଲାର ତଦନ୍ତ କରି ବିଭିନ୍ନ ଜିନିଷ ଜବତ କରିଥିବା କମିଶନରେଟ ପୋଲିସ ସମସ୍ତ ତଥ୍ଯ ଇଡିକୁ ହସ୍ତାନ୍ତର କରିଛି। ଗୋଟିଏ ପଟେ ଅର୍ଚ୍ଚନା ନାଗ ଇଡିର ତଦନ୍ତ ଅଧିକାରୀଙ୍କୁ ସେମିତି କୌଣସି ସନ୍ତୋଷଜନକ ଉତ୍ତର ଦେଉନଥିବା ସୂଚନା ରହିଛି। ଏପରି ସ୍ଥିତିରେ ପୁଲିସ ଦେଇଥିବା ତଥ୍ୟ ଇଡିକୁ ତଦନ୍ତରେ ଆଉ ଟିକିଏ ଅଧିକ ସହଯୋଗ କରିବ ବୋଲି ଆଶା କରାଯାଉଛି। ହେଲେ ମୋବାଇଲ, ହାର୍ଡଡିସ୍କ, ଲାପଟପ, ସିସିଟିଭି ଫୁଟେଜ୍‌ ଆଦିର ତଥ୍ୟ ଏଯାଏ ଇଡିକୁ ମିଳିନାହିଁ।

ନିକଟରେ ଅର୍ଚ୍ଚନା ନାଗଙ୍କୁ ଇଡି ରିମାଣ୍ଡରେ ନେଇଛି। ଏହି ସମୟରେ ସେ ଗଣମାଧ୍ୟମ ଆଗରେ ଗର୍ଜିଥିଲେ। କହିଥିଲେ ତାଙ୍କୁ ୩୦ ମିନିଟ ସମୟ ଦେଲେ ଅନେକ କିଛି କହିଦେବେ। ଯାହା ରାଜ୍ୟକୁ ଦୋହଲାଇଦେବ। ହେଲେ ରିମାଣ୍ଡ ବେଳେ ଅର୍ଚ୍ଚନା ସହଯୋଗ କରୁନଥିବା ସୂଚନା ରହିଛି। ଆଉ ଏପରି କହି ସେ ଏବେ କଳାଧନର କଳା କାହାଣୀ କହିବାକୁ ଅମଙ୍ଗ ହୋଇଛନ୍ତି। ଅର୍ଚ୍ଚନାଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ଆଣିଛି ପ୍ରବର୍ତ୍ତନ ନିର୍ଦ୍ଧେଶାଳୟ  ଆଜି ହେଉଛି ରିମାଣ୍ଡର ଷଷ୍ଠ ଦିନ। ସୋମବାର ରିମାଣ୍ଡ ସରୁଥିବାରୁ ଦିତୀୟ ପର୍ଯାୟ ରିମାଣ୍ଡ ପାଇଁ ଆବେଦନ କରି ପରେ ଇଡି। ସେପଟେ ସୋମବର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।

ଅନ୍ୟପଟେ ଇଡିର ବାରମ୍ବାର ନୋଟିସ୍‌ ପରେ ମଧ୍ୟ ଶ୍ରଦ୍ଧାଞ୍ଜଳି ହାଜର ହେଉନାହାନ୍ତି। ତେଣୁ ଅର୍ଚ୍ଚନାଙ୍କ ସହ ତାଙ୍କୁ ମୁହାଁମୁହିଁ ଜେରା କରାଯାଇପାରୁନି। ତେଣୁ ଶ୍ରଦ୍ଧାଞ୍ଜଳି ଏବେ କୁଆଡେ ଗଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପୂର୍ବତନ ପୁଲିସ ଅଧିକାରୀ ସଞ୍ଜୀବ ମାରିକ କହିଛନ୍ତି, ଅର୍ଚ୍ଚନା ରିମାଣ୍ଡରେ ଯିବା ପୂର୍ବରୁ ଅନେକ ବିସ୍ପୋରକ ବୟାନ ଦେଇଥିଲେ। ହେଲେ ସେ ଇଡିକୁ ଯାହା କହିବେ ତାର ପ୍ରମାଣ ମଧ୍ୟ ଦେବା ଦରକାର। ଯଦି ସେ ପଇସା ନେଣଦେଣ ଜରିଆରେ ନିଜର ଲାଭ ପାଇଥିବେ ତାହେଲେ ସେ କେବେ କହିବେ ନାହିଁ। କାରଣ ସେ କହିଲେ ଯଦିଓ ଅପରପକ୍ଷ ଲୋକ ଫସିବେ ହେଲେ ନିଜେ ମଧ୍ୟ ଫସିଯିବେ।

ଉଲ୍ଲେଖଯୋଗ୍ଯ, ଅର୍ଚ୍ଚନା ନାଗ ନିଜ ବେଆଇନ କାରବାରର ପ୍ରମାଣ ନରହୁ ବୋଲି ଚିନ୍ତା କରି ଅଧିକାଂଶ ଡିଲ୍ ନଗଦ ଆକାରରେ କରିଛନ୍ତି ବୋଲି ସୂଚନା ରହିଛି। ତେଣୁ ତଦନ୍ତ ବେଳେ ଇଡି ସହଜରେ ପ୍ରମାଣ ଯୋଗାଡ କରିପାରୁନି।

Leave A Reply

Your email address will not be published.