Latest Odisha News

ହନିଟ୍ରାପ୍ କୁଇନ ଇରାନୀ ପାତ୍ର ଗିରଫ ମାମଲା, ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର

ଭୁବନେଶ୍ଵର: ହନିଟ୍ରାପ୍‌ କୁଇନ ଇରାନୀ ପାତ୍ର ଗିରଫ ମାମଲାରେ ରିମାଣ୍ଡରେ ଆସିବେ ସ୍ୱାମୀ ନିଶିକାନ୍ତ ପାତ୍ର । ୫ ଦିନ ରିମାଣ୍ଡ ଆବେଦନ କରିବ ତମାଣ୍ଡୋ ପୋଲିସ । ଏସଡିଜେଏମ୍‌ଙ୍କ କୋର୍ଟରେ କରିବ ଆବେଦନ । ରିମାଣ୍ଡରେ ଆସିଲେ ଖୋଲିବ ହାନିଟ୍ରାପ୍‌ ଲିଙ୍କ । ଆଗକୁ ଇରାନୀକୁ ମଧ୍ୟ ରିମାଣ୍ଡରେ ଆଣିବ ପୋଲିସ ।

ସୂଚନା ଅନୁସାରେ,  ହନିଟ୍ରାପରେ ଫସାଇ ଟଙ୍କା ଲୁଟିଥିବା ଇରାନୀ ପାତ୍ରଙ୍କ ବିରୋଧରେ ବ୍ଲାକମେଲିଂର ଅଭିଯୋଗ ଆଣିଥିଲେ ଖୋର୍ଦ୍ଧା ବୋଲଗଡ଼ ଅଞ୍ଚଳର ଏହି ବ୍ୟବସାୟୀ । ତମାଣ୍ଡୋ ଥାନାରେ ଲିଖିତ ଅଭିଯୋଗ କରିଥିଲେ ବ୍ୟବସାୟୀ । ଅଭିଯୋଗରେ ସେ ଦର୍ଶାଇଥିଲେ ଯେ, ଇରାନୀ, ତାଙ୍କ ସ୍ୱାମୀ ଏବଂ ସହଯୋଗୀ ତାଙ୍କୁ ଫସାଇ ୨ ଲକ୍ଷ ଟଙ୍କା ଦାବି କରିଛନ୍ତି । ଏତେ ଟଙ୍କା ଦେଇନପାରିବାରୁ ନିସ୍ତୁକ ମାଡ ମାରିବା ସହ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏହାର ଖୋଳତାଡ କରି ଏବେ ସୁଦ୍ଧା ଗ୍ୟାଙ୍ଗ ବିରୋଧରେ ୩ଟି ମାମଲା ରୁଜୁ ହୋଇଛି । ୩ ଜଣକ ମଧ୍ୟରେ ଜଣେ ଡାକ୍ତର, ଛାତ୍ର ଓ ବୋଲଗୋଡ଼ର ଜଣେ ବ୍ୟବସାୟୀ ଅଛନ୍ତି । ଇରାନୀର ଓ ତାଙ୍କ ସ୍ବାମୀଙ୍କର CDR ଯାଞ୍ଚ କରାଯାଉଛି । ସେମାନଙ୍କ ମୋବାଇଲକୁ ଜବତ କରି ତଦନ୍ତ ଲାଗି ଫରେନସିକ ଲାବକୁ ପଠାଇଛି ପୋଲିସ । ଯେଉଁମାନେ ଠକେଇ ଶିକାର ହୋଇଥିଲେ ଥାନାରେ ଅଭିଯୋଗ କରିବାକୁ ପୋଲିସ ଅପିଲ କରିଛି ।

ସେପଟେ ଇରାନୀ ଗ୍ୟାଙ୍ଗ ନାଁରେ ବଢୁଛି ଅଭିଯୋଗର ତାଲିକା । ଜଣକ ପରେ ଜଣେ ଆସି ଥାନାରେ ଅଭିଯୋଗ କରୁଛନ୍ତି। ଆଜି ମଧ୍ୟ କିଛି ଲୋକ ଅଭିଯୋଗ ଆଣିବା ନେଇ ସୂଚନା ମିଳିଛି। ଯାଜପୁରରୁ ଭୁବନେଶ୍ବର ଯାଏ ଲମ୍ବିଛି ବ୍ଲାକେମେଲିଂ ଚେର । ଏବେ ଏହାର ଖିଅ ଖୋଜୁଛି ତମାଣ୍ଡୋ ଥାନା ପୋଲିସ ।

Leave A Reply

Your email address will not be published.