କଟକ: କଟକରେ ହନିଟ୍ରାପ୍ । ଦେହ ବ୍ୟବସାୟ ଲୋଭ ଦେଖାଇ ଲୁଟ୍ ଓ ବ୍ଲାକ୍ମେଲିଂ । କଟକ, ଲାଲବାଗ ଥାନା ପୋଲିସ ଦ୍ୱାରା ହନିଟ୍ରାପ ରାକେଟର ପର୍ଦ୍ଦାଫାସ୍ । ଜଣେ ଯୁବ ଇଞ୍ଜିନିୟରଙ୍କୁ ହନି ଟ୍ରାପର ଶୀକାର କରିବା ଅଭିଯୋଗରେ ଲାଲବାଗ ପୋଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣାରେ ସଂପୃକ୍ତ ଯୁବତୀ ଜଣଙ୍କ ଫେରାର ହୋଇଯାଇଛି ।
ପୋଲିସ ଏ ଘଟଣାରେ ୨୫ ହଜାର ଟଙ୍କା, ଅଭିଯୋଗକାରୀଙ୍କ ଏଟିଏମ ଓ ମୋବାଇଲ ଜବତ କରିଛି । ମୁଖ୍ୟ ଅଭିଯୁକ୍ତ କଟକର ଏକ ଘରୋଇ କଲେଜର ଚତୁର୍ଥ ଶ୍ରେଣୀ କର୍ମଚାରୀ । ସେ ଇଞ୍ଜିନିୟରଙ୍କୁ ଯୁବତୀ ଯୋଗାଇ ଦେବା ପ୍ରଲୋଭନ ଦେଖାଇ କନିକା ଛକର ଏକ ଭଡା ଘରକୁ ନେଇଥିଲେ ।
ସେଠାରେ ପୂର୍ବରୁ ଜଣେ ଯୁବତୀ ଅପେକ୍ଷା କରିଥିଲେ । ଘର ଭିତରେ ଯୁବତୀଙ୍କ ସହ ଇଞ୍ଜିନିୟରଙ୍କୁ ବସାଇ ଫଟୋ ଉଠାଇ ଏଟିଏମ ଛଡାଇ ନେଇଥିଲେ । ପରେ ଏଟିଏମରୁ ୨୫ ହଜାର ଟଙ୍କା ଉଠାଇ ନେଇଥିଲେ । ପରେ ପରେ ଏକ ଲକ୍ଷ ଟଙ୍କା ମାଗିବାରୁ ଇଞ୍ଜିନିୟର ଜଣଙ୍କ ପୋଲିସରେ ଏତଲା ଦେଇଥିଲେ ।
ଯୁବତୀଙ୍କୁ ପୋଲିସ ଖୋଜୁଥିବା ବେଳେ ଅଭିଯୁକ୍ତମାନେ ଆଗରୁ କାହାକୁ ଫସାଇଛନ୍ତି କି ସେ ନେଇ ତଦନ୍ତ ଚାଲିଛି ।
Comments are closed.