Latest Odisha News

BREAKING NEWS

[ଭିଡ଼ିଓ] ଓଭରବ୍ରିଜ୍ ରାସ୍ତା ଉପରେ ଜଳିଗଲା ଚଳନ୍ତା କାର୍

କଟକ : ରାସ୍ତା ଉପରେ ହୁତ ହୁତ ହୋଇ ଜଳିଗଲା କାର୍ । ଓଭରବ୍ରିଜ୍ ଉପରେ ଯାଉଥିବା ବେଳେ ହଠାତ୍ ଲାଗିଲା ନିଆଁ ଆଉ ଆଖି ପିଛୁଳାକେ ଜଳିଗଲା ଚଳନ୍ତା କାର୍। ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଲିଙ୍କ୍ ରୋଡ ଓଭରବ୍ରିଜ୍ ଉପରେ। କଟକ ମଙ୍ଗଳାବାଗରୁ ଭୁବନେଶ୍ୱର ଯାଉଥିବା ସମୟରେ ଏହି ଚଳନ୍ତା କାରରେ ନିଆଁ ଲାଗି ଜଳିବାକୁ ଲାଗିଥିଲା।

ଗାଡିରୁ ଏସିରୁ ନିଆଁଲାଗିଥିବା ଅନୁମାନ କରାଯାଉଥିବା ବେଳେ ଗାଡି ଭିତରୁ ଡ୍ରାଇଭର ଓ ଅନ୍ୟଜଣେ ବ୍ୟକ୍ତି ବାହରକୁ ବାହାରି ଆସିଥିଲେ। ନିଆଁ ଲାଗି ଚାରିଆଡେ ଧୂଆଁମୟ ପରିବେଶ ହୋଇଯାଇଥିଲା। ଆଖିପିଛୁଳାକେ ନିଆଁ ଲାଗି ଗାଡିଟି ପୋଡି ଯାଇଥିବା ବେଳେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।

ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଟ୍ରାଫିକ୍ ସମସ୍ୟା ଉପୁଜିଥିଲା ।

Comments are closed, but trackbacks and pingbacks are open.