Latest Odisha News

BREAKING NEWS

କାହିଁକି ‘ସେକ୍ସ ଡଲ୍‌’କୁ ନିଜ ଜୀବନସାଥୀ ବାଛିଲେ ହଂକଂର ଏହି ବ୍ୟକ୍ତି

ନୂଆଦିଲ୍ଲୀ: ହଂକଂର ଜଣେ ବ୍ୟକ୍ତି ଏକ ଦୋକାନରେ ଗୋଟିଏ ସେକ୍ସ ଡଲ୍ ଦେଖିବା ପରେ ତା ପ୍ରତି ଆକର୍ଷିତ ହୋଇଥିଲେ। ପରେ ସେହି ସେକ୍ସ ଡଲ୍‌କୁ ଚିରଦିନ ପାଇଁ ନିଜ ଜୀବନସାଥୀ କରିବାକୁ ବାଛି ନେଇଥିଲେ। ଜେଇ ତିଆରଙ୍ଗ ସେକ୍ସ ଡଲ୍ ‘ମୋଚି’ ସହିତ ଜଡିତ ହୋଇଥିଲେ ଯେହେତୁ ସେ ଅନୁଭବ କରିଥିଲେ ଯେ ମଣିଷ ଅପେକ୍ଷା ଡଲ୍‌ମାନଙ୍କ ସହ ଡେଟ କରିବା ତାଙ୍କ ପାଇଁ ଅଧିକ ସହଜ ମନେ ହେଉଛି।

ଜେଇ ତିଆରଙ୍ଗଙ୍କୁ ୩୬ ବର୍ଷ ଏବଂ ସେ ତାଙ୍କ ପିତାମାତାଙ୍କ ସହିତ ରୁହନ୍ତି। ତାଙ୍କର ନିକଟତମ ବନ୍ଧୁ ଏବଂ ପରିବାରବର୍ଗ ଯୋଗ ଦେଇଥିବା ଏକ ସମାରୋହରେ ସେ ଚଳିତ ମାସ ଆରମ୍ଭରେ ମୋଚିଙ୍କୁ ବିବାହ କରିଥିଲେ। ସେ ଏକ ଆଇଫୋନ୍ ୧୨ ମୋଚିଙ୍କୁ ଉପହାର ଦେଇଥିଲେ।

ରିପୋର୍ଟ ଅନୁଯାୟୀ, ଜଇେ ତିଆରଙ୍ଗ ମୋଚିଙ୍କ ସହ କେବେବି ଶାରୀରିକ ସମ୍ପର୍କ ସ୍ଥାପନ କରିନାହାଁନ୍ତି। ସେ ଦାବି କରିଛନ୍ତି ଯେ ସେ ତାଙ୍କୁ କେବେ ଚୁମ୍ବନ ଦେଇନାହାଁନ୍ତି କାରଣ ସେ ଭୟ କରନ୍ତି ଯେ ଏହା ତାଙ୍କ ସମ୍ବେଦନଶୀଳ ଚର୍ମକୁ କ୍ଷତି ପହଞ୍ଚାଇବ।

ସେ କହିଛନ୍ତି ଯେ “ମୁଁ ମୋଚିଙ୍କୁ ସମ୍ମାନ କରେ ଏବଂ ତାଙ୍କୁ କେବଳ ସାଥୀ ଭାବରେ ଚାହେଁ। ମୋର ପୂର୍ବରୁ ଜଣେ ଗର୍ଲଫ୍ରେଣ୍ଡ ମଧ୍ୟ ଥିଲେ କିନ୍ତୁ ମୁଁ ବର୍ତ୍ତମାନ କେବଳ ଡଲ୍ ପ୍ରତି ଆକର୍ଷିତ ହୋଇଛି। ମୁଁ ତାଙ୍କ ସହ କେବେବି ଶାରୀରିକ ସମ୍ପର୍କ ରଖି ନାହିଁ।”

Comments are closed.