Latest Odisha News

AK-47 ରାଇଫଲ୍‌ ସହ ଆତ୍ମସମର୍ପଣ କଲେ ଦୁଇ ଆତଙ୍କବାଦୀଙ୍କ

ନୂଆଦିଲ୍ଲୀ: ଆଜି ଦୁଇ ଜଣ ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି । ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମା ଜିଲ୍ଲା ଅନ୍ତର୍ଗତ ଲେଲ୍‌ହାର୍‌ ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ଯୋଗୁଁ ଆତଙ୍କବାଦୀ ଆତ୍ମସମର୍ପଣ କରିଥିବା ଜଣାପଡିଛି ।

ଗୁଳି ବିନିମୟ ଯୋଗୁଁ ଆହତ ହୋଇଥିବା ଜଣେ ଆତଙ୍କବାଦୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କଥା କଶ୍ମୀର ଜୋନ୍‌ ପୁଲିସ ଟୁଇଟ୍‌ କରିଛି । ଦୁଇଟି ଏକେ-୪୭ ରାଇଫଲ୍‌ ସହ ଏହି ଆତଙ୍କବାଦୀ ଆତ୍ମସମର୍ପଣ କରିଛନ୍ତି ।

ଗତକାଲି ପୁଲ୍‌ଓ୍ଵାମା ଜିଲ୍ଲା କାକପଡ଼ା ଅଞ୍ଚଳର ଲେଲ୍‌ହାର୍‌ରେ ନିରାପତ୍ତା ବଳ ଘେରାବନ୍ଦୀ ଓ ତଲାସ ଅଭିଯାନ ଆରମ୍ଭ କରିଥିଲେ ସୁରକ୍ଷାବାହିନୀ । ଆତ୍ମଗୋପନ କରିଥିବା ଆତଙ୍କବାଦୀ ପ୍ରଥମେ ଗୁଳି ଚଳାଇବାରୁ ତଲାସ ଅଭିଯାନ ଏନ୍‌କାଉଣ୍ଟର୍‌ ପାଲଟି ଯାଇଥିଲା ।

ଆତ୍ମସମର୍ପଣ କରିଥିବା ଦୁଇ ଆତଙ୍କବାଦୀ ହେଲେ, ଅକୀଲ୍‌ ଅହମଦ୍‌ ଲୋନ୍‌ ଏବଂ ରୌଫ୍‌ ଉଲ୍‌ ଇସ୍‌ଲାମ୍‌ । ସେମାନେ କେଉଁ ଆତଙ୍କବାଦୀ ସଙ୍ଗଠନର, ତାହା ହଠାତ୍‌ ଜଣାପଡ଼ି ନାହିଁ ।

 

Leave A Reply

Your email address will not be published.