Latest Odisha News

BREAKING NEWS

ଭଗବାନଙ୍କ ଭଙ୍ଗା ମୂର୍ତିକୁ ଗଢ଼ିବା ସହ ପୂଜା କରୁଛନ୍ତି ୮୮ବର୍ଷୀୟ ପିଙ୍ଗ ପୋଙ୍ଗ

ହଂକଂ: ଭଗବାନଙ୍କ ମୂର୍ତି ଭାଙ୍ଗିଗଲେ କିମ୍ବା ରଙ୍ଗ ଛାଡିଗଲେ ଅନେକ ଏହାକୁ ଦୁର୍ଭାଗ୍ୟର ପ୍ରତୀକ ଭାବି ଅଧିକାଂଶ ବ୍ୟକ୍ତି ବିସର୍ଜନ କରି ଦିଅନ୍ତି କିମ୍ବା ଫିଙ୍ଗି ଦିଅନ୍ତି । ତେବେ ହଂକଂର ୮୮ ବର୍ଷୀୟ ୱାଙ୍ଗ ପିଙ୍ଗ ପଙ୍ଗ ଏହି ମୂର୍ତି ସବୁ ସଂଗ୍ରହ କରି ତିଆରି କରିବା ସହ ନୂଆ ରୂପ ଦେଇଥାନ୍ତି । ପ୍ରତ୍ୟେକ ଦିନ ୨ଥର ନିଷ୍ଠାର ସହ ପୂଜା କରନ୍ତି । ୩୦ ବର୍ଷ ମଧ୍ୟରେ ୩ ହଜାରଙ୍କୁ ଅଧିକ ମୂର୍ତି ସଂଗ୍ରହ କରି ସାରିଛନ୍ତି ।

ଭଗବାନଙ୍କ ବୁଦ୍ଧଙ୍କ ଆଶୀର୍ବାଦ ଯୋଗୁ ମୁଁ ଏହି କାର୍ଯ୍ୟ କରିପାରୁଛି ବୋଲି ସେ କହିଛନ୍ତି । ବୁଦ୍ଧ, ତାଓଙ୍କ ସମେତ ଅନ୍ୟ ଦେଶର ଭଗବାନଙ୍କ ମୂର୍ତି ମଧ୍ୟ ସେ ରଖିଥାନ୍ତି । ଏହା ଏବେ ୱାଟରଫଲ ବେ ପାର୍କ ଭାବେ ପରିଚିତ ହୋଇ ସାରିଛି । ଲୋକମାନେ ଏଥର ସ୍ୱତଃ ତାଙ୍କ ମୂର୍ତି ଆଣି ୱାଙ୍ଗଙ୍କୁ ଦେଉଛନ୍ତି । ତାଙ୍କର ଏହି ଭକ୍ତିମୟ ଉଦ୍ୟମକୁ ସବୁ ସ୍ତରରେ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.