Latest Odisha News

BREAKING NEWS

ଫେବୃଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ

ଭୁବନେଶ୍ବର : ଜିଏସଟିରେ ବାରମ୍ବାର ପରିବର୍ତ୍ତନକୁ ବିରୋଧ କରି ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ଫେବୃଆରି ୨୬ରେ ଭାରତ ବାଣିଜ୍ୟ ବନ୍ଦ ଘୋଷଣା କରିଛି । ଏହି ବନ୍ଦକୁ ସମର୍ଥନ କରି ପରିବହନ କ୍ଷେତ୍ରର ସର୍ବବୃହତ ସଂଗଠନ ଅଲ ଇଣ୍ଡିଆ ପରିବହନ କଲ୍ୟାଣ ସଂଘ ଫେବୃଆରି ୨୬ରେ ସାରା ଦେଶରେ ଚକାଜାମ ଘୋଷଣା କରିଛି ।

ନାଗପୁରରେ ସର୍ବଭାରତୀୟ ବ୍ୟବସାୟ ସଙ୍ଗଠନ ଦ୍ୱାରା ଆୟୋଜିତ ତିନି ଦିନର ଜାତୀୟ ବ୍ୟବସାୟ ସମ୍ମିଳନୀ ଆଜିଠୁ ଆରମ୍ଭ ହୋଇଛି । ଯେଉଁଥିରେ ଦେଶର ସମସ୍ତ ରାଜ୍ୟର ୨୦୦ରୁ ଅଧିକ ପ୍ରମୁଖ ବ୍ୟବସାୟିକ ନେତା ଯୋଗ ଦେଇଛନ୍ତି । ଜାତୀୟ ସଭାପତି ବି.ସି ଭରତୀୟା, ଜାତୀୟ ସାଧାରଣ ସମ୍ପାଦକ ପ୍ରବୀଣ ଖଣ୍ଡେଲୱାଲ ଏବଂ ପରିବହନ କଲ୍ୟାଣ ସଂଘର ଜାତୀୟ ସଭାପତି ପ୍ରଦୀପ ସିଙ୍ଘଲ ଭାରତ ବାଣିଜ୍ୟ ବନ୍ଦ କରିବାକୁ ଘୋଷଣା କରିଛନ୍ତି ।

Leave A Reply

Your email address will not be published.