Latest Odisha News

BREAKING NEWS

କମ୍ ସମୟରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ରେକର୍ଡ କଲେ ହଙ୍ଗକଙ୍ଗର ୟିନ ହୁଙ୍ଗ

କାଠମାଣ୍ଡୁ: ହଙ୍ଗକଙ୍ଗର ପର୍ବତାରୋହିଣୀ ସାଙ୍ଗ ୟିନ ହୁଙ୍ଗ ଶୁକ୍ରବାର କମ୍ ସମୟ ମଧ୍ୟରେ ଏଭରେଷ୍ଟ ଶୃଙ୍ଗ ଚଢ଼ି ନୂତନ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ୨୫ ଘଂଟା ୫୦ ମିନିଟରେ ୨୯,୦୩୧ ଫୁଟ ପର୍ବତ ଆରୋହଣ କରିଥିଲେ । ପୂର୍ବରୁ ନେପାଳର ଫୁଞ୍ଜୋ ଝାଙ୍ଗମୁ ଲାମା (୩୯ ଘଂଟା ୬ ମିନିଟ)ଙ୍କ ନାମରେ ଏହି ରେକର୍ଡ ରହିଥିଲା ।

ଏଭରେଷ୍ଟ ବେସ କ୍ୟାମ୍ପର ସରକାରୀ ଅଧିକାରୀ ଜ୍ଞାନେନ୍ଦ୍ର ଶ୍ରେଷ୍ଠ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ । ୪୪ ବର୍ଷୀୟା ସାଙ୍ଗ ଗିନିଜ ୱାର୍ଲ୍ଡ ରେକର୍ଡ୍ସ ପାଇଁ ଦାବୀ ଉପସ୍ଥାପନ କରିବେ ବୋଲି କହିଛନ୍ତି । ସୂଚନାଯୋଗ୍ୟ, ନେପାଳ ସରକାର ରେକର୍ଡ ପାଇଁ ଆବଶ୍ୟକ ସାର୍ଟିଫିକେଟ ପ୍ରଦାନ କରି ନ ଥାନ୍ତି । ଯାହା କି ସାଙ୍ଗଙ୍କୁ ଅସୁବିଧାରେ ପକାଇପାରେ ।

Leave A Reply

Your email address will not be published.