Latest Odisha News

BREAKING NEWS

ଖୁବଶିଘ୍ର ଭାରତକୁ ଆସୁଛି ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ଫୋନ୍

ଭୁବନେଶ୍ୱର: ସମଗ୍ର ବିଶ୍ୱ ବଜାରରେ ଚହଳ ସୃଷ୍ଟି କରିଥିବା ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ମୋବାଇଲ୍ ଫୋନ୍ ଋଷିଆରେ ଲଞ୍ଚ୍ ହୋଇଥିବା ବେଳେ ଅଗଷ୍ଟ ୨ତାରିଖରେ ଏହାର ବିକ୍ରି ଆରମ୍ଭ ହେବ । ଭାରତରେ ଗତମାସ ଏହା ଲଞ୍ଚ୍ ହୋଇଥିଲେ ମଧ୍ୟ ବିକ୍ରି ଆରମ୍ଭ ହୋଇପାରିନାହିଁ । ଭାରତରେ କେଉଁ ମାସ କେଉଁ ତାରିଖରୁ ବିକ୍ରି ଆରମ୍ଭ ହେବ ତାହାନେଇ କମ୍ପାନୀ ପକ୍ଷରୁ ଗୁପ୍ତ ରଖାଯାଇଥିବା ବେଳେ ଏହା ଖୁବ୍ ଶିଘ୍ର ଭାରତୀୟ ବଜାରରେ ବିକ୍ରି ଉପଲବ୍ଧ ହେବ ବୋଲି ଜଣାପଡ଼ିଛି ।

ଋଷିଆ ମାର୍କେଟରେ ‘ଅନର୍ ୨୦ ପ୍ରୋ’ ସେଲ୍ୟୁଲାର୍ ମୋବାଇଲ୍ ଫୋନର ମୂଲ୍ୟ ଭାରତୀୟ ମୁଦ୍ରାରେ ପ୍ରାୟ ୩୮,୨୦୦ ଟଙ୍କା ମୂଲ୍ୟରେ ଆରମ୍ଭ ହୋଇଛି । ଏହି ମୋବାଇଲ୍ ଫୋନଟି ଏବେ ଋଷିଆ ବ୍ୟତୀତ ୟୁନାଇଟେଡ଼ କିଙ୍ଗଡ଼ମ, ଫ୍ରାନ୍ସ, ଇଟାଲୀ, ସ୍ପେନ, ଜର୍ମାନୀ, ନେଦରଲ୍ୟାଣ୍ଡ, ଚେକ୍ ରିପବ୍ଲିକ, ଫିନଲ୍ୟାଣ୍ଡ, ପୋଲାଣ୍ଡ, ମାଲେସିଆ, ଇଜିପ୍ଟ, ସାଉଦି ଆରବିଆ, ୟୁନାଇଟେଡ଼ ଆରବ ଏମିରେଟ୍ସ ଆଦି ଦେଶର ବଜାରରେ ଖୁବଶିଘ୍ର ଉପଲବ୍ଧ ହେବାକୁ ଯାଉଛି ।

ଭାରତୀୟ ବଜାରରେ ଏହାର ମୂଲ୍ୟ ରହିବ ୩୯,୯୯୯ ଟଙ୍କା । ଏହି ଫୋନରେ ୮ଜିବି ର‌୍ୟାମ ଓ ୨୫୬ ଜିବିର ଅନବୋର୍ଡ଼ ଷ୍ଟୋରେଜ୍ କ୍ୟାପାସିଟି ରହିବ । ଭାରତରେ କେବଳ ଫାଣ୍ଟମ୍ ବ୍ଲୁ ରଙ୍ଗର ମୋବାଇଲ୍ ଫୋନଟି ଉପଲବ୍ଧ ହେବ ବୋଲି କମ୍ପାନୀ ସୂତ୍ରରୁ ଜଣାପଡ଼ିଛି ।

ଏହି ମୋବାଇଲ୍ ଫୋନଟି ଫ୍ଲିପକାର୍ଟ ଇ-କମର୍ସ ସାଇଟ୍ ମାଧ୍ୟମରେ ଅନଲାଇନ ମାଧ୍ୟମରେ ଗ୍ରାହକମାନେ ସୁଲଭ ମୂଲ୍ୟରେ ପାଇପାରିବେ । ଅନର୍ ୨୦ ଏବଂ ଅନର୍ ୨୦ଆଇ ଏହି ଦୁଇଟି ମୋବାଇଲ୍ ଫୋନ ଭାରତ ବଜାରରେ ଉପଲବ୍ଧ ହୋଇପାରିବ ।

ଡୁଆଲ୍ ସିମଯୁକ୍ତ ଅନର୍ ୨୦ ପ୍ରୋ ଫୋନଟି ଆଣ୍ଡ୍ରୋଏଡ୍ ୯ ପାଏ ସହିତ ମ୍ୟାଜିକ୍ ୟୁଆଇ ୨.୧ ଅନ ଟପଯୁକ୍ତ ରହିବ । ଅନର୍ ୨୦ ପରି ଅନର୍ ୨୦ ପ୍ରୋ ଫୋନରେ ୬.୨୬ ଇଞ୍ଚର ଫୁଲ୍ ଏଚଡ଼ି+ ଡ଼ିସପ୍ଲେ ରହିବ । ଏହା ହାଇ ସିଲିକନ୍ କିରିନ୍ ୯୮୦ ପ୍ରୋସେସର୍ ଦ୍ୱାରା ଉପଲବ୍ଧ ହୋଇପାରିବ । ଏହି ଫୋନରେ ୮ଜିବି ର‌୍ୟାମ ସହିତ ୨୫୬ ଜିବି ଅନବୋର୍ଡ଼ ଷ୍ଟୋରେଜ୍ ଡ଼ାଟା ରହିବ ।

ଏଥିରେ ମୁଖ୍ୟତଃ ୪୮ ମେଗା ପିକ୍ସେଲ୍ ଫୋଟୋ ସୁଟର୍ ରହିଥିବା ବେଳେ ଏଫ/୧.୪ ଲେନ୍ସ ଏବଂ ୦.୫ ଇଞ୍ଚର ଏକ ବଡ଼ ସେନ୍ସର୍ ରହିଛି । ଏହାବ୍ୟତୀତ ଏଥିରେ ଆଉ ଏକ ୧୬ ମେଗା ପିକ୍ସେଲଯୁକ୍ତ ୱାଇଡ୍ ଏଙ୍ଗଲ୍ ସୁଟର୍ ରହିଛି ।

ବିଦେଶରେ ଏହି ମୋବାଇଲ୍ ଫୋନଟି ଫଟୋଗ୍ରାଫରଙ୍କ ଲାଗି ବେଶ୍ ଉପଯୁକ୍ତ ତଥା ନିର୍ଭରଯୋଗ୍ୟ ସାବ୍ୟସ୍ତ ହୋଇପାରିଛି ।

Leave A Reply

Your email address will not be published.