Latest Odisha News

BREAKING NEWS

ପ୍ରବଳ ବର୍ଷା ଯୋଗୁଁ ପାଣିରେ ବୁଡିଲା ରେଳଟ୍ରାକ୍, ଟ୍ରେନ୍ ଭିତରେ ଫସିରହିଛନ୍ତି ୨୦୦୦ରୁ ଅଧିକ ଯାତ୍ରୀ

ମୁମ୍ବାଇ: ମୁମ୍ବାଇରେ ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଯାତାୟତ ବାଧାପ୍ରାପ୍ତ ହେଉଥିବା ବେଳେ ଅନେକ ବିମାନ ଯାତ୍ରା ବାତିଲ ହେବାସହ ଟ୍ରେନ୍ ସେବା ମଧ୍ୟ ବାଧାପ୍ରାପ୍ତ ହୋଇଛି ।

ତେବେ ଏହି ଲଗାଣ ବର୍ଷା ଯୋଗୁଁ ବଦଲାପୁର ଓ ବଙ୍ଗାନୀ ଷ୍ଟେସନ ମଧ୍ୟରେ ଥିବା ରେଳ ଲାଇନରେ ପାଣି ଜମି ରହିଛି । ଯାହା ଫଳରେ ମହାଲକ୍ଷ୍ମୀ ନାମକ ଏକ ଏକ୍ସପ୍ରେସ ଟ୍ରାକରେ ଅଟକି ଥିବାବେଳେ ପାଖାପାଖି ୨ ହଜାରରୁ ଅଧିକ ଯାତ୍ରୀ ଟ୍ରେନ୍ ମଧ୍ୟରେ ଫସି ରହିଥିବା ସୂଚନା ମିଳିଛି।

ଏନେଇ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ପରିଣାମ ସ୍ୱରୂପ ଯାତ୍ରୀମାନେ ଏକପ୍ରକାର କିଂକର୍ତ୍ତବ୍ୟବିମୂଢ ହୋଇଥିବାବେଳେ ରେଳବାଇ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଲାଗି ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନଡିଆରଏଫ୍ ଓ ଆରପିଏଫ୍ ଟିମ୍ ଯାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଲାଗି ପ୍ରୟାସ କରୁଥିବା ଜଣାପଡିଛି ।

Leave A Reply

Your email address will not be published.