Latest Odisha News

BREAKING NEWS

ରାଷ୍ଟ୍ରୀୟ ସମର ସ୍କାରକୀରେ ଖୋଦେଇ ହେବ ଗଲୱାନ ସହିଦଙ୍କ ନାଁ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଗଲୱାଟିରେ ସହିଦ ହୋଇଥିବା ବୀରଙ୍କୁ ମଳିବ ସମ୍ମାନ । ୨୦ ସହିଦ ଭାରତୀୟ ସୈନିକଙ୍କ ନାଁ ଦିଲ୍ଲୀ ସ୍ଥିତ ରାଷ୍ଟ୍ରୀୟ ସମର ସ୍କାରକୀରେ ଲିପିବଦ୍ଧ କରାଯିବ । ଏଥିପାଇଁ କିଛି ମାସ ସମୟ ଲାଗିବା ନେଇ ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଜୁନ ୧୫ ରାତ୍ରିରେ ଗଲଓ୍ଵାନ ଉପତ୍ୟକାରେ ଚୀନ ଓ ଭାରତୀୟ ସୈନିକଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ଘଟିଥିଲା। ଏଥିରେ ୧୬ତମ ବିହାର ରେଜିମେଣ୍ଟର କମାଣ୍ଡିଙ୍ଗ ଅଧିକାରୀ କର୍ଣ୍ଣେଲ ବି ସନ୍ତୋଷ ବାବୁଙ୍କ ସମେତ ୨୦ ସୈନିକ ସହିଦ ହୋଇଥିଲେ। ଏହି ଘଟଣା ପରେ ପୂର୍ବ ଲଦାଖ ସୀମାରେ ଉତ୍ତେଜନା ବଢି ଯାଇଥିଲା।

ଗଲଓ୍ଵାନ ଘାଟିରେ ପାଟ୍ରୋଲିଂ ପଏଣ୍ଟ ୧୪ ନିକଟରେ ଚୀନ ଦ୍ଵାରା ତମ୍ବୁ କଢାଯିବାକୁ ବିରୋଧ କରିବାରୁ ଚୀନ ସୈନିକ ଭାରତୀୟ ସୈନିକଙ୍କ ଉପରେ ପଥର, ଲୁହା ରଡ ଆଦି ଧରି ଆକ୍ରମଣ କରିଥିଲେ। ଏଥିରେ ୨୦ ଭାରତୀୟ ସୈନିକ ସହିଦ ହୋଇଥିଲେ। ଅନ୍ୟପଟେ ଭାରତୀୟ ଯବାନଙ୍କ ପାଲଟା ଆକ୍ରମଣରେ ଚୀନର ୪୩ ସୈନିକ ନିହତ  ହୋଇଥିବା କୁହାଯାଇଛି।

Leave A Reply

Your email address will not be published.