Latest Odisha News

ହରଭଙ୍ଗାରେ ଭୟାବହ ଅଗ୍ନିକାଣ୍ଡ, ପୋଡ଼ିହୋଇ ବୃଦ୍ଧା ଗୁରୁତର

ବୌଦ୍ଧ: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ଗାଁରେ ଅଘଟଣ । ମଧ୍ୟରାତ୍ରୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଜଣେ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ତୁରନ୍ତ ବୌଦ୍ଧ ମେଡିକାଲରେ ଭର୍ତ୍ତି କରାଯାଇଛି। ରାତିରେ ଶୋଇଥିବାବେଳେ କେହି ଦୁର୍ବୁତ୍ତ ଘରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।

ସୂଚନା ଅନୁସାରେ, ଗତକାଲି ରାତିରେ ପୁରା ପରିବାର ଲୋକ ଘରେ ଶୋଇଥିବା ବେଳେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ଫଳରେ ସେମାନଙ୍କର ଦୁଇ ବଖରା ବିଶିଷ୍ଟ ଘରଟି ସଂପୂର୍ଣ୍ଣ ଜଳିପୋଡ଼ି ପାଉଁଶ ହୋଇଯାଇଛି। ସେମାନଙ୍କର ଲକ୍ଷାଧିକ ଟଙ୍କାର ଜିନିଷପତ୍ର ନଷ୍ଟ ହୋଇଯାଇଥିବା ବେଳେ ଜଣେ ୯୦ ବର୍ଷିୟ ବୃଦ୍ଧା ନିଆଁରେ ପୋଡ଼ି ଗୁରୁତର ହୋଇଛନ୍ତି । ବୃଦ୍ଧାଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତାଙ୍କ ଶରିରର ଅଧିକାଂଶ ଅଂଶ ପୋଡ଼ି ଯାଇଛି। ତାଙ୍କ ଅବସ୍ଥା ଗୁରୁତର ରହିଛି।

Leave A Reply

Your email address will not be published.