Latest Odisha News

BREAKING NEWS

ବ୍ରହ୍ମବରଦା ବଜାରରେ ଭୟାବହ ଅଗ୍ନିକାଣ୍ଡ; ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପାଉଁଶ

ଯାଜପୁର: ଯାଜପୁର ଜିଲ୍ଲାର ବ୍ରହ୍ମବରଦା ବଜାର ତାରିଣୀ ଛକରେ ଭୟାବହ ଅଗ୍ନିକାଣ୍ଡ । ୭ଟି ଦୋକାନ ଘର ଜଳି ପାଉଁଶ ହୋଇଛି । ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି । ରାତି ପ୍ରାୟ ୨ଟା ସମୟରେ ଏହି ଅଗ୍ନିକାଣ୍ଡ ହୋଇଥିବାବେଳେ, ବିଦ୍ୟୁତ୍ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।

ତେବେ ନିଆଁକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିବା ବେଳେ, ତୁରନ୍ତ ବରୁଆଁ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରଣ କରିଥିଲେ । ହେଲେ ଏହା କରିବା ପୂର୍ବରୁ ଗୋଟିଏ ଲସି ଦୋକାନ, ମିଠା ଦୋକାନ, ଚା’ ଦୋକାନ, ଭେରାଇଟି ଷ୍ଟୋର, ଚପଲ ଦୋକାନ, ସାଇକେଲ ଦୋକାନ ଓ ଜଳଖିଆ ଦୋକାନ ଏପରି ୭ ଦୋକାନର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ଯାଇଥିଲା ।

ଘଟଣା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡରେ ପ୍ରଭାବିତ ବ୍ୟବସାୟୀମାନେ ସରକାରଙ୍କ ପକ୍ଷରୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.