Latest Odisha News

BREAKING NEWS

Fire In Vegitable Market: ପରିବା ମାର୍କେଟରେ ଭୟାବହ ଅଗ୍ନିକାଣ୍ଡ, ୬୦ରୁ ଉର୍ଦ୍ଧ୍ବ ପରିବା ଦୋକାନ ଜଳି ପାଉଁଶ

ପାରାଦୀପ: ଜଗତସିଂହପୁର ଜିଲ୍ଲା ପାରାଦୀପ ବନ୍ଦର ସହର ବଡପଡିଆ ମୁଖ୍ୟ ପରିବା ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ । ନିଆଁଲାଗି ଜଳିଗଲା ୬୦ ରୁ ଅଧିକ ଦୋକାନ ଘର । ଖବରପାଇ ପାରାଦୀପ ବନ୍ଦର ଅଗ୍ନିଶମ ବିଭାଗ, କୁଜଙ୍ଗ ଅଗ୍ନିଶମ ବିଭାଗ ଓ ବିଭିନ୍ନ ଶିଳ୍ପ ସଂସ୍ଥାର ୮ ଟି ନିଆଁ ଲିଭା ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ହେଲା ସେନେଇ କୌଣସି ସୂଚନା ନାହିଁ ।

ପାରାଦୀପ ବଣିକସଂଘର ମୁଖ୍ୟ ପରିବା ବ୍ୟବସାୟ କେନ୍ଦ୍ର ହୋଇଥିବା ବେଳେ ସମସ୍ତେ ଏହି ଦୋକାନ ଗୁଡିକ ଉପରେ ନିର୍ଭର କରିଥାନ୍ତି । ତେବେ ମଶା ଧୂପ କିମ୍ବା ବିଦ୍ୟୁତ ସର୍ଟସର୍କିଟରୁ ଏପରି ଘଟିଥାଇ ପାରେ ବୋଲି ସନ୍ଦେହ କରାଯାଉଛି । ଦୋକାନରେ ଥିବା ଟଙ୍କା ପଇସା ସହ ପନିପରିବା , କମ୍ପୁଟର କଣ୍ଟା ଓ ଗୋଟିଏ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି ।

ତେବେ ପାରାଦୀପ ବନ୍ଦର ପକ୍ଷରୁ ଅସ୍ଥାୟୀ ଭାବେ ପିଣ୍ଡି ଯୋଗାଇ ଦିଆ ଯାଇଥିବା ବେଳେ ବ୍ୟବସାୟୀ ମାନେ କେବଳ ବାଉଁଶ ଓ ଜରି ପାଲରେ ଦୋକାନ ଗୁଡିକ ରେ ଦୀର୍ଘ ବର୍ଷ ଧରି ବ୍ୟବସାୟ କରି ଆସୁଛନ୍ତି । ନିଆଁ ଲାଗିଲା ପରେ ତାହା ପଲଥିନ୍ ଯୋଗୁଁ ବ୍ୟାପି ଯାଇଥିଲା । ଗତ ବର୍ଷ ଜୁଲାଇ ମାସରେ ସମାନ ଜାଗାରେ ଅଗ୍ନିକାଣ୍ଡ ଘଟି ୪ ଟି ଦୋକାନ ପୋଡ଼ି ଯାଇଥିଲା ।

Leave A Reply

Your email address will not be published.