Latest Odisha News

BREAKING NEWS

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ, ୧୦ ଜୀବନ୍ତ ଦଗ୍ଧ, ୩୦ ଗୁରୁତର

ନୋମ ପେହ୍ନ:କାମ୍ବୋଡିଆର ପୋଇପେଟ ସ୍ଥିତ କାମ୍ବୋଡ଼ିଆ ସିଟି ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି ।ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଜଳି ଯାଇଥିବା କୁହାଯାଉଛି । ପ୍ରାୟ ୫୦ ଜଣ ନିଆଁ ଭିତରେ ଫସି ରହିଛନ୍ତି । ୩୦ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୀର୍ଘ ଘଣ୍ଟା ଧରି ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା କରୁଛନ୍ତି ।  ସ୍ଥିତି ନିୟନ୍ତ୍ରଣରେ ରହିଛି । ପ୍ରାୟ ୭୦ ପ୍ରତିଶତ ନିଆଁ ଲିଭାଯାଇ ସରିଛି ।

ମିଳିଥିବା ସୂଚନା ଅନୁସାରେ, ନିଆଁ ହୋଟେଲର ୫ମ ମହଲାରେ ଲାଗିଥିଲା । ଫଳରେ କେସିନୋରେ ଥିବା ୧୦ ଜଣ ଜଳି ଯାଇଥିଲେ । ହୋଟେଲର ବଡ ଭାଗ କ୍ଷତିଗ୍ରସ୍ତ ହୋଇଛି । ମଧ୍ୟରାତ୍ରରେ ଅର୍ଥାତ ଭାରତୀୟ ସମୟ ଗତକାଲି ସନ୍ଧ୍ୟା ୫ଟାର ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

ନିଆଁକୁ ଆୟତ୍ତକୁ ଆଣିବା ପାଇଁ ପ୍ରାୟ ୮ ଘଣ୍ଟା ଲାଗିଥିଲା । ସୋସିଆଲ ମିଡିଆରେ ଏହାର ଦୃଶ୍ୟ ଅତ୍ୟନ୍ତ ଭୟଙ୍କର ଥିବା ଦେଖିବାକୁ ମିଳିଛି । ହୋଟେଲର ଅଧିକାଂଶ ଭାଗ ଜଳି ଯାଇଥିବାବେଳେ ଅନେକ ଭାଗ ଅଧାଜଳି ଝୁଲି ରହିଥିବା ଦେଖିବାକୁ ମିଳିଛି । କେସିନୋର ଷ୍ଟାଫ ସିଡିରେ ଚଢି ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲେ  । ବାହାରେ ଥିବା ଲୋକ ସେମାନଙ୍କୁ ଉଦ୍ଧାର ପାଇଁ ସାହାଯ୍ୟ କରୁଥିଲେ ।

Leave A Reply

Your email address will not be published.