Latest Odisha News

BREAKING NEWS

ଡାକ୍ତରଖାନା ନ ଗଲେ ମଧ୍ୟ ବୀମା ରାଶି ଦାବି କରିପାରିବେ ରୋଗୀ

ଭଦୋଦାରା: ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ମଧ୍ୟ ଆପଣ ମେଡିକାଲ ଇନ୍ସ୍ୟୁରାନ୍ସ ଦାବି କରିପାରିବେ । ଏମିତିକି  ୨୪ ଘଣ୍ଟାରୁ କମ ସମୟ  ଡାକ୍ତରଖାନାରେ ରହିଲେ ବି ଆପଣ ଇନ୍ସ୍ୟୁରାନ୍ସ ପାଇଁ ଦାବି କରିପାରିବେ । ଏ ନେଇ ଭଦୋଦାରା କନ୍ୟୁଜମର ଫୋରମ ଏ ନେଇ ଏକ ନିର୍ଦ୍ଦେଶ ଦେଇଛନ୍ତି ।

ଭଦୋଦାରା କନଜ୍ୟୁମର ଡିସପ୍ୟୁଟ ରିଡ୍ରେସାଲ କମିଶନଙ୍କ କହିବା ଅନୁଯାୟୀ, ନୂଆ ଟେକ୍ନୋଲଜି ଯୋଗୁ ଅନେକ ସମୟରେ ରୋଗୀକୁ ଅଳ୍ପ ସମୟ ଡାକ୍ତରଖାନାରେ ରହିବାକୁ ପଡୁଛି କିମ୍ବା ଡାକ୍ତରଖାନା ଯିବାକୁ ପଡୁନାହିଁ । ଏପରି ସ୍ଥିତିରେ ଇନ୍ସ୍ୟୁରାନ୍ସ କମ୍ପାନୀମାନେ ବୀମାରାଶି ଦାବିକୁ ଅଗ୍ରାହ୍ୟ କରି ଦେଉଛନ୍ତି । ରୋଗୀ ଡାକ୍ତରଖାନାରେ ଆଡମିଟ ହୋଇ ନାହାନ୍ତି ବୋଲି କହି ବୀମା କମ୍ପାନୀ ଏହି ଦାବିକୁ ଅଗ୍ରାହ୍ୟ କରି ଦେଉଛନ୍ତି ।

ଭଦୋଦାରା ସହରର ରମେଶ ଚନ୍ଦ୍ର ମାଝି ନାମକ ଜଣେ ବ୍ୟକ୍ତି ଏ ନେଇ ନାଶନାଲ ଇନ୍ସ୍ୟୁରାନ୍ସ କମ୍ପାନୀ ଲିମିଟେଡରେ ଅଗଷ୍ଟ ୨୦୧୭ରେ ଇନ୍ସ୍ୟୁରାନ୍ସ ଦାବି କରିଥିଲେ ।  ହେଲେ କମ୍ପାନୀ ରମେଶଙ୍କ ଦାବିକୁ ଅଗ୍ରାହ୍ୟ କରି ଦେଇଥିଲେ । ଯୋଶୀଙ୍କ ପତ୍ନୀ ୨୦୧୬ରେ ଡରମାଟୋମିଓସାଇଟିସ ରୋଗରେ ଆକ୍ରାନ୍ତ ହୋଇ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଭର୍ତ୍ତି ହେବାର ଦିନକ ପରେ ସେ ଡିସଜାର୍ଜ ହୋଇଥିଲେ ।

ଯୋଶୀ ଏଥିପାଇଁ ୪୪, ୪୬୮ ଟଙ୍କାର ଇନ୍ସ୍ୟୁରାନ୍ସ  କ୍ଲେମ କରିଥିଲେ । ହେଲେ ଇନ୍ସ୍ୟୁରାନ୍ସ କମ୍ପାନୀ ଏହାକୁ ଅଗ୍ରାହ୍ୟ କରି ଦେଇଥିଲା ।  ସେ ଲଗାତାର ୨୪ ଘଣ୍ଟାରୁ ଅଧିକ ଡାକ୍ତରଖାନାରେ ରହି ନ ଥିବା ଦର୍ଶାଇ କମ୍ପାନୀ ତାଙ୍କ ବୀମା ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା । ଯୋଶୀ ଏ ନେଇ କନ୍ଜ୍ୟୁମର କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

କନ୍ୟୁଜର କୋର୍ଟ ସମସ୍ତ ତଥ୍ୟ ପ୍ରମାଣକୁ ଦେଖି କହିଥିଲେ ଯେ, ଏବେ ଡାକ୍ତରୀ ବିଦ୍ୟାର ଉନ୍ନତି ଘଟିଲାଣି । ଚିକିତ୍ସା ସୁବିଧାକୁ ଦେଖି ଡାକ୍ତର ମଧ୍ୟ ଚିକିତ୍ସା କରୁଛନ୍ତି । ଏହାଦ୍ୱାରା ରୋଗୀଙ୍କୁ ଅଧିକ ସମୟ ଡାକ୍ତରଖାନରେ ରହିବା ଆବଶ୍ୟକ ନାହିଁ । ତେଣୁ ଯୋଶୀଙ୍କ ଦାବି ଅନୁଯାୟୀ ଟଙ୍କା ଇନ୍ସ୍ୟୁରାନ୍ସ କମ୍ପାନୀ ଦେବ । ଏହା ବ୍ୟତୀତ ଯୋଶୀଙ୍କୁ ମାନସିକ ଭାବେ ଆଘାତ ଦେଇଥିବାରୁ ଅଧିକ ୩ ହଜାର ଟଙ୍କା ଏବଂ କେସ ଖର୍ଚ୍ଚ ବାବଦର ୨ ହଜାର ଟଙ୍କା ଦେବାକୁ ଫୋରମ ତାଙ୍କ ରାୟରେ କହିଛନ୍ତି ।

 

Leave A Reply

Your email address will not be published.