Latest Odisha News

ଆରପାରିରେ ଭେଟେରାନ ଆକ୍ଟର ସମୀର ଖାଖର

ମୁମ୍ବାଇ: ଭେଟେରାନ ଆକ୍ଟର ସମୀର ଖାଖର ଆଉ ନାହାନ୍ତି । ସେ କିଛି ଦିନ ଧରି ଶ୍ୱାସକ୍ରିୟା ଏବଂ କୀଡନୀ ଜନିତ ରୋଗରେ ଆକ୍ରାନ୍ତ ଥିଲେ । ୭୧ ବର୍ଷ ବୟସରେ ବୁଧବାର ତାଙ୍କର ପରଲୋକ ହୋଇ ଯାଇଥିବା ନେଇ ତାଙ୍କ ଭାଇ ଗଣେଶ ଖାଖର ସୂଚନା ଦେଇଛନ୍ତି । ସମୀର ଖାଖର ଟିଭି ସିରିଏଲ ନୁକ୍କଡରେ ଖୋପଡି ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନକୁ ଛୁଇଁ ଯାଇଥିଲେ ।

ଟେଲି ଧାରାବାହିକ ନୁକ୍କଡ ଏବଂ ସର୍କସ ପାଇଁ ଘରେ ଘରେ ପରିଚିତ ଥିଲେ ସମୀର ଖାଖର  ।  ବଲିଉଡ ଇଣ୍ଡଷ୍ଟ୍ରିରେ ୪ ଦଶକ ଧରି ରାଜ କରୁଥିଲେ ସମୀର ।  ମଝିରେ ଆମେରିକାରେ  ରହୁଥିଲେ । ସେଠାରୁ ଫେରି ଗୁଜୁରାଟି ନାଟକରେ ଅଭିନୟ କଲେ ।

ସଲମାନ ଖାନଙ୍କ ଅଭିନୀତ ‘ଜୟ ହୋ’ ମୁଭିରେ ଅଭିନୟ କରିଥିଲେ ଏବଂ ଏହା ଥିଲା ତାଙ୍କର ଶେଷ ଅଭିନୟ  ।  ତାଙ୍କର କମେଡି ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲା

ସମୀରଙ୍କ ଭାଇ ଗଣେଶଙ୍କ କହିବା ଅନୁଯାୟୀ, ସମୀର ଶ୍ୱାସକ୍ରିୟା ଜନିତ ରୋଗରେ ଆକ୍ରାନ୍ତ ଥିଲେ । ସେ ଗତକାଲି ଶୋଇବାକୁ ଯାଇଥିଲେ । ସେ ଅଚେତ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଡାକ୍ତରଙ୍କୁ ଡକାଯାଇଥିଲା । ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ମୁମ୍ବାଇର ଏମଏମ ହସପିଟାଲରେ ଆଡମିଟ ବି କରାଯାଇଥିଲା । ତାଙ୍କର ହାର୍ଟ ମଧ୍ୟ ଭଲ ଭାବେ କାମ କରୁନଥିଲା । ତାଙ୍କର ୟୁରିନାରୀ ସମସ୍ୟା ମଧ୍ୟ ଥିଲା । ଡାକ୍ତରଖାନାରେ ଭେଣ୍ଟିଲେଟରରେ ଥିଲେ । ସକାଳ ସାଢେ ଚାରିଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଆଜି ମୁମ୍ବାଇର ବେରିଭାଲିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ।

ତାଙ୍କର ମୃତ୍ୟ ଖବର ପ୍ରଚାର ହେବା କ୍ଷଣି ବଲିଉଡରେ ଶୋକର ଛାୟା ଖେଳି ଯାଇଛି ।

 

Leave A Reply

Your email address will not be published.