Latest Odisha News

BREAKING NEWS

ଚିକିତ୍ସାରେ ଅବହେଳା: ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ

ଭଦ୍ରକ: ଭଦ୍ରକରେ ଅଭାବନୀୟ ଘଟଣା । ଡାକ୍ତର ଶିଶୁକୁ ସୁସ୍ଥ ଥିବା ନେଇ ଘୋଷଣା କରିବା ପରେ ଡାଇରିଆରେ ଆକ୍ରାନ୍ତ ଶିଶୁର ମୃତ୍ୟୁ ହୋଇଛି । ଭଦ୍ରକ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଏମିତି ଘଟିଥିବା ଅଭିଯୋଗ ଆସିଛି । ୧୩ ମାସର ଶିଶୁପୁତ୍ରର ଆକସ୍ମିକ ମୃତ୍ୟୁ ପରେ ଶିଶୁର ପରିବାର ଲୋକେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ହଙ୍ଗାମା କରିଥିଲେ ।

ଏହା ପରେ ପୋଲିସ ଘଟଣାସ୍ଥଳରେ ପହଂଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା ଓ ଏନେଇ ତଦନ୍ତ ଆରମ୍ଭ କରିଛି ।

Comments are closed.