Latest Odisha News

ଏବେବି ଉପଲବ୍ଧ ବିଏସକେଓ୍ବାଇ, ପୂର୍ବଭଳି କାର୍ଡଧାରୀ ପାଇବେ ମାଗଣା ଚିକିତ୍ସା

ଭୁବନେଶ୍ବର: ଚାଲୁ ରହିଛି ସ୍ବାସ୍ଥ୍ୟ କାର୍ଡ । ବିଏସକେଓ୍ବାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ବନ୍ଦ ହୋଇନି । ସରକାର ପରିବର୍ତ୍ତନ ହେଲେ ମଧ୍ୟ ସ୍ବାସ୍ଥ୍ୟ ସେବା ସମସ୍ତଙ୍କ ଅଧିକାର ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଏବେବି ଆପଣ ବିଏସକେଓ୍ବାଇ କାର୍ଡ ଦ୍ବାରା ମାଗଣା ସ୍ବାସ୍ଥ୍ୟ ସେବା ପାଇପାରିବେ । ଏହାକୁ ନେଇ ସ୍ପଷ୍ଟୀକରଣ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

ରାଜ୍ୟରେ ୨୪ ବର୍ଷର ସରକାରରେ ପୂର୍ଣ୍ଣଚ୍ଛେଦ ପଡିଛି । ପରିବର୍ତ୍ତନର ଭୂକମ୍ପ ପରେ ,ଏବେ ସୃଷ୍ଟି ହୋଇଛି ନବୀନ ସରକାରଙ୍କ ଦ୍ବାରା ଦିଆଯାଇଥିବା ସମସ୍ତ ଯୋଜନାର ଅଚଳ ଆଶଙ୍କା । ଏହାରି ଭିତରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଯୋଜନା ବିଏସକେଓ୍ବାଇ ବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ ଅଚଳ ନେଇ ଜୋର ଚର୍ଚ୍ଚା ସୃଷ୍ଟି ଯୋଇଛି । ତେବେ ଏହି ସବୁ କଳ୍ପନା ଜଳ୍ପନା ଉପରେ ବିରାମ ଲଗାଇଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସ୍ବାସ୍ଥ୍ୟ କାର୍ଡ ଏବେବି ଚାଲୁଥିବା ନେଇ ସ୍ପଷ୍ଟୀକରଣ ରଖିଛନ୍ତି ସ୍ବାସ୍ଥ୍ୟ ବିଭାଗର ଲୋକ ସମ୍ପର୍କ ଅଧିକାରୀ । ଏଭଳି କିଛି ସ୍ପଷ୍ଟିକରଣ ଦେଇ ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କଙ୍କ ଦ୍ବାରା ଜାରି କରାଯାଇ ପୂର୍ବ ଭଳି କାର୍ଡ ଧାରୀଙ୍କ ଚିକିତ୍ସା ଜରି ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ଯେପରି ରୋଗୀ ଚିକିତ୍ସା ବେଳେ କୌଣସି ଅସୁବିଧାର ସମ୍ମୁଖୀନ ନହୁଏ ସେ ପ୍ରତି ମଧ୍ୟ ଦୃଷ୍ଟି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘରୋଇ ହସ୍ପିଟାଲ ଓ ଏମଓୟୁ ରେ ଏହି କାର୍ଡ ଚାଲୁଥିବା ସ୍ପଷ୍ଟିକରଣ ଦେଇଛନ୍ତି ।

ତେବେ ବିଜେଡି ହାତରୁ କ୍ଷମତା ଯିବା ପରେ ଗତକାଲି ବିଏସକେଓ୍ବାଇ ବନ୍ଦ ହୋଇଯାଇଥିବା ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଅଧିକାଂଶ ଘରୋଇ ହସ୍ପିଟାଲରେ ଏହା କାମ କରୁନଥିବା ଅଭିଯୋଗ ମଧ୍ୟ ଆସିଥିଲା । ରାଜ୍ୟରେ ସରକାର ବଦଳୁଥିବା ନେଇ ହସ୍ପିଟାଲରେ ଥିବା ବିଏସକେଓ୍ବାଇ ଉପଭୋକ୍ତଙ୍କୁ ଟଙ୍କା ଦେବା ପାଇଁ କର୍ତ୍ତୃପକ୍ଷ କହୁଥିବାର ଅଭିଯୋଗ ହୋଇଥିଲା । କିଛି ଘରୋଇ ହସ୍ପିଟାଲ ଏହି ସ୍ବାସ୍ଥ୍ୟ କାର୍ଡ ଫେରାଉଥିବା ସୂଚନା ମିଳିଛି । ଯାହାକୁ ନେଇ ବିଜେପି ନେତା ମନମୋହନ ସାମଲ ଏଥିରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି କହିଥିଲେ । ସେ କହିଥିଲେ ଏହା ସମସ୍ତଙ୍କର ଅଧିକାର । ତେଣୁ ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି କହିଥିଲେ । ଆଉ ଆଜି ସ୍ବାସ୍ଥ୍ୟ କାର୍ଡ ଚାଲୁଥିବା ନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ।

Comments are closed.