ଭୁବନେଶ୍ୱର: ରାଜ୍ୟରେ ବଢୁଥିବା କରୋନା ସଂକ୍ରମଣ ଦୃଷ୍ଟିରୁ ଓଡିଶାର ସମସ୍ତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଶ୍ୱାସ ରୋଗୀ ଏବଂ ଇନଫ୍ଲୁଏନଜା ବା ଫ୍ଲୁ ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବା ପାଇଁ କଡା ନିର୍ଦ୍ଦେଶ ରହିଥିବା ଓଡିଶା କୋଭିଡ୧୯ ମୁକାବିଲାର ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ।
ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଡାକ୍ତରଖାନା ଏହି ତଥ୍ୟ ଦେବାକୁ ବାଧ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । କୌଣସି ଡାକ୍ତରଖାନା କିମ୍ବା କ୍ଲିନିକ ଏହି ନିର୍ଦ୍ଦେଶ ନ ମାନିଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ସହିତ ହସ୍ପିଟାଲକୁ ସିଲ ଏବଂ ଲାଇସେନ୍ସ ରଦ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
Comments are closed.