Latest Odisha News

ପ୍ରେମିକା ହେବା ପାଇଁ ୫୭ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚର୍ଚ୍ଚାରେ ଯୁବତୀ

ନୂଆଦିଲ୍ଲୀ : ପ୍ରେମ ଚିରନ୍ତନ ଶାଶ୍ବତ । କଥାରେ ଅଛି ପ୍ରେମ ମଣିଷକୁ ଅନ୍ଧ କରିଦିଏ । ତେବେ ଆମେ ଅନେକ ପ୍ରକାରର ପ୍ରେମ କାହାଣୀ ଶୁଣିଛନ୍ତି । ହେଲେ ଏଭଳି ଏକ ପ୍ରେମ କାହାଣୀ ଆମ ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଶୁଣିଲେ ତାଜୁବ୍‌ ହୋଇଯିବେ । ଆପଣ କେବେ ଶୁଣିଛନ୍ତି କି ଜଣେ ଝିଅ କାହାର ପ୍ରେମିକା ହେବା ପାଇଁ କାହାକୁ ଦରମା ଦେଇପାରେ । ତେବେ ଏଭଳି କାର୍ଯ୍ୟ ପାଇଁ ଚର୍ଚ୍ଚାରେ ଅଛନ୍ତି ସ୍କଟଲ୍ୟାଣ୍ଡ ଅଞ୍ଚଳର ରହୁଥିବା ଜଣେ ଯୁବତୀ । ତାଙ୍କ ନାଁ ହେଉଛି ଜେନ ପାର୍କ ।

ସୋଶିଆଲ ମିଡିଆରେ ଜଣେ ଯୁବତୀ ତାଙ୍କ ପ୍ରେମ କାହାଣୀ ଶେୟାର କରି ଚର୍ଚ୍ଚାରେ ରହିଛନ୍ତି । ଯାହା ସୋଶିଆଲ ମିଡିଆରେ ବେଶ୍‌ ଭାଇରାଲ୍  ହେଉଛି  । ତେବେ ତାଙ୍କ ଚର୍ଚ୍ଚାର ବଡ଼ କାରଣ ହେଉଛି ତାଙ୍କ ଘୋଷଣା । ଝିଅଟି ଘୋଷଣା କରିଥିଲେ ଯେ,  ଯିଏ ତାଙ୍କ ପ୍ରେମିକ ହେବ ତାଙ୍କୁ ବାର୍ଷିକ ଦରମା ହିସାବରେ ମିଳିବ ୫୭ ଲକ୍ଷ ଟଙ୍କା।  ଏଥିପାଇଁ ଝିଅଟି ଏକ ୱେବସାଇଟ୍ ମଧ୍ୟ ଡିଜାଇନ୍ କରିଥିଲେ, ଯେଉଁଥିରେ ଅନେକ ଲୋକ ଆବେଦନ କରିଥିଲେ ।୨୦୧୩ ରେ ୯.୫ କୋଟି ଟଙ୍କା ମୂଲ୍ୟର ଲଟେରୀ ଜିତିବାରେ ସବୁଠାରୁ କନିଷ୍ଠ ଝିଅ ହୋଇଥିଲେ ୧୭ ବର୍ଷୀୟ ଜେନ । ବର୍ତ୍ତମାନ ଜେନଙ୍କ ବୟସ ୨୬ ବର୍ଷ । ଜେନ ପୁଣି ଥରେ ପ୍ରେମିକଙ୍କୁ ଟଙ୍କା ଦେବା ନେଇ ଅଛନ୍ତି ଚର୍ଚ୍ଚାରେ । ନିକଟରେ ତାଙ୍କ ପ୍ରେମିକ ସହିତ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସେ ପ୍ରେମ ପାଇଛନ୍ତି ।

ଜେନ ଜଣେ ମଡେଲ ଏବଂ ସୋସିଆଲ ମିଡିଆ ତାଙ୍କର ଅନେକ ଫଲୋଅର। ସୋସିଆଲ ମିଡିଆରେ ଜେନ୍ ଓ ତାଙ୍କ ପ୍ରେମିକଙ୍କ ଭିଡିଓ  ଦେଖି ଲୋକମାନେ ଭାବୁଥିଲେ ଯେ, ଜେନ ଯେଉଁ ପୁଅ ସହ ଫଟୋ ସେଆର କରିଛନ୍ତି, ସେ ବୋଧେ ହୁଏ ତାଙ୍କ ପ୍ରଶଂସକ। କିନ୍ତୁ ପରେ ଜେନ ପାର୍କ କହିଥିଲେ ଯେ ସେ ତାଙ୍କର ପ୍ରେମିକ।

 

Leave A Reply

Your email address will not be published.