Latest Odisha News

BREAKING NEWS

ଖରା ତାତିରେ ଜଳୁଛି ଓଡ଼ିଶା, ଗ୍ରୀଷ୍ମ ପ୍ରବାହକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କଲବଲ କରୁଛି ଗରମ ଓ ଗୁଳୁଗୁଳି। ଖରା ତାତିରେ ଜଳୁଛି ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୫ଦିନ ପାଇଁ ଉପକୂଳ ଓଡିଶାରେ ଗରମ ଏବଂ ଗୁଳୁଗୁଳି ଅବସ୍ଥା ଜାରି ରହିପାରେ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ମନୋରାମ ମହାନ୍ତି ରବିବାର ସୂଚନା ଦେଇଛନ୍ତି।

ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମପ୍ରବାହ ବଳବତ୍ତର ରହିଛି। ଗ୍ରୀଷ୍ମଲହରୀ ନେଇ ଆଜି ପଶ୍ଚିମ ଓଡିଶାର ୫ ଜିଲ୍ଲା ବରଗଡ଼, ସମ୍ବଲପୁର, ସୋନପୁର, ବଲାଙ୍ଗିର ଓ ନୂଆପଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୩ ଦିନ ଯାଏ ଉଷ୍ମ ଓ ଆଦ୍ର ବାୟୁ ପ୍ରବାହ ନେଇ ମଧ୍ୟ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ଦିନର ତାପମାତ୍ରା ୪୦ଡିଗ୍ରୀ ସେଲସିୟସରୁ ଅଧିକ ହୋଇପାରେ। ଆଗାମୀ ୨ ଦିନରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ରବିବାର ମଧ୍ୟ ପଶ୍ଚିମ ଓଡ଼ିଶାର ବରଗଡ, ସମ୍ବଲପୁର, ସୁବର୍ଣ୍ଣପୁର, ବଲାଙ୍ଗିର ଏବଂ ନୂଆପଡା ଜିଲାକୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରଭାବ ନେଇ ସତର୍କ ସୂଚନା ଜାରି କରାଯାଇଛି। ସୋମବାରରୁ ପଶ୍ଚିମାଞ୍ଚଳରେ ସର୍ବାଧିକ ତାପମାତ୍ରା କମିବା ସମ୍ଭାବନା ରହିଛି। ଦିନ ତାପମାତ୍ରା ପାଖାପାଖି ୪୦ ଡିଗ୍ରୀକୁ ଖସି ଆସିବ ଏବଂ ଗ୍ରୀଷ୍ମପ୍ରବାହରୁ ମୁକ୍ତି ମିଳିବା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ସ୍ପଷ୍ଟ କରିଛି। ଆଜି ଟିଟିଲାଗଡ, ନୂଆପଡ଼ା, ବଲାଙ୍ଗିର ଏବଂ ବରଗଡରେ ଦିନ ତାପମାତ୍ରା ୪୬ ଡିଗ୍ରୀ ଅତିକ୍ରମ ରହିବା ସମ୍ଭାବନା ରହିଛି। ଗତକାଲି ୯ଟି ସହରର ତାପମାତ୍ରା ୪୫ ଡ଼ିଗ୍ରୀ ରୁ ଅଧିକ ରେକର୍ଡ଼ କରଯାଇଥିଲା । ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୬.୫ ରେକର୍ଡ଼ କରାଯାଇଥିଲା ।

Comments are closed.