Latest Odisha News

BREAKING NEWS

ଗରମ ପାଣି ପଡି ୩ବର୍ଷୀୟ ଶିଶୁକନ୍ୟା ଗୁରୁତର

ସୋନପୁର : ସୋନପୁର ଜିଲ୍ଲା ଜଟିଆପାଲ୍ଲୀ ଅଙ୍ଗନବାଡ଼ି କେନ୍ଦ୍ରର ଜଣେ ସହାୟିକା କର୍ମଚାରୀ ଏକ ୩ ବର୍ଷର ଶିଶୁକନ୍ୟା ଉପରକୁ ଗରମ ପାଣି ଢାଳିଦେଇଥିବା ନେଇ ଅଭିଯୋଗ ହୋଇଛି ।

ଉକ୍ତ ଶିଶୁ କନ୍ୟାଟିର ନାମ ପ୍ରୀତିମୟୀ ମହାକୁର ହୋଇଥିବା ବେଳେ ତା’ଉପରେ ଗରମ ପାଣି ପଡିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ନେଇଥିଲେ। ପରବର୍ତ୍ତୀ ସମୟରେ ପରିବାର ଲୋକେ ଉକ୍ତ ଶିଶୁଟିକୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ । ପିଲାଟି ଯନ୍ତ୍ରଣାରେ ଚିତ୍କାର କରୁଥିବାବେଳେ ତାକୁ ଚିକିତ୍ସା ନିମନ୍ତେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ତେବେ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା ତା’ ଉପରେ ଗରମ ପାଣି ଢାଳି ଦେଇଥିବା ନେଇ ପିଡିତାଙ୍କ ମା’ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.